ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ

ଭୁବନେଶ୍ୱର: ଚାଷୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ନବୀନ ସରକାର ଚାଷୀ ବିରୋଧୀ । କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ । ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ । ରାଜ୍ୟରେ ଚାଷୀ ସମସ୍ୟାକୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
ନବୀନ ବାବୁ 24 ବର୍ଷ ଚାଷୀଙ୍କ ଆୟ ବଢ଼େଇ ପାରିଲାନି । ଚାଷୀ ଆୟରେ ତଳ ଆଡୁ ଦ୍ବିତୀୟ ଓଡିଶା । କାଳିଆ ଯୋଜନାରେ 10 ହଜାର ଦେବେ କହି ସରକାରକୁ ଆସିଲେ । ହେଲେ ଏବେ 4 ହଜାର ଦେଇ ବିଶ୍ୱାସ ଘାତକତା କଲେ । ସୋହେଲା ସମାବେଶରେ କହିଲେ 100 ଟଙ୍କା କ୍ବିଣ୍ଟାଲ ପିଛା ବୋନସ ଦେବେ । ହେଲେ ଏଠି ବି ବିଶ୍ବାସ ଘାତକତା କଲେ । ବିଜେଡି ପୁଣି 24 ନିର୍ବାଚନରେ ଚାଷୀଙ୍କୁ ପ୍ରଭାବିତ କରିବାକୁ ଝିଅ ବାହାଘର ପାଇଁ 25 ହଜାର ଟଙ୍କା ଦେବାକୁ କହିଛନ୍ତି ।
19 ନର୍ବାଚନ ପୂର୍ବରୁ ସାମାନ ପ୍ରତିଶ୍ରୁତି ଦେଇଥିଲେ । ହେଲେ କାହିଁକି ପୂରଣ କଲେନି ତାର ଉତ୍ତର ଓଡିଶା ବାସୀଙ୍କୁ ଦିଅନ୍ତୁ । ବିଜେପି ସରକାର ପ୍ରତିଷ୍ଠା କଲେ ଚାଷୀଙ୍କ ପାଇଁ ଯେଉଁ ସଂକଳ୍ପ କରିଛି ତାକୁ ପୂରଣ କରିବ । ବିଜେପି ସରକାରକୁ ଆସିଲେ ଚାଷୀଙ୍କ ଆୟ କେମିତି ଦୁଇ ଗୁଣ ହେବ ସେ ପ୍ରତିଶ୍ରୁତି ପୂରଣ କରିବ । ଏମଏସପି 3100 ଟଙ୍କା କରିବ ବିଜେପି । 48 ଘଣ୍ଟା ଭିତରେ ଚାଷୀ ଆକାଉଣ୍ଟକୁ ପଠେଇବ ଧାନ ମୂଲ୍ୟ । କଟଣୀ ଛଟଣୀ ବନ୍ଦ କରିବ ବିଜେପି ସରକାର । ସେହିପରି ମତ୍ସ୍ୟ ଜୀବିଙ୍କୁ ଅଣ ଉତ୍ପାଦନ ସମୟରେ 10 ହଜାର ଆର୍ଥିକ ସହାୟତା ଦିଆଯିବ ।
📱 Get Argus News App
✨ବିଜେଡି ସମୟରେ 200 ଶୀତଳ ଭଣ୍ଡାର ବନ୍ଦ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବି ଶୀତଳ ଭଣ୍ଡାର ବନ୍ଦ ହୋଇ ପଡିଛି । ବିଜେପି ସରକାରକୁ ଆସିଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବ । ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନାରେ ମୋଦି ସରକାର 9252 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । କେନ୍ଦ୍ରୀୟ ଯୋଜନାରେ 94.722 ହେକ୍ଟର ଜମି ଜଳସେଚିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ 1200 କୋଟି ଦେଇଛନ୍ତି କେନ୍ଦ୍ର ସରକାର । ସମ୍ବଳପୁରରେ କୃଷି ବିଶ୍ୱବିଦ୍ୟାଳୟ କରିବ ବିଜେପି । ଗୋ ହତ୍ୟା ବିରୋଧୀ ଆଇନ ଆଣିବ ବିଜେପି ।
ଆହୁରି ପଢନ୍ତୁ ରାଜନୀତି ଖବର...