ସମ୍ବଲପୁରରୁ ଭୁବନେଶ୍ୱର କରାଗଲା ଏୟାରଲିଫ୍ଟ
·2 years ago

ଅର୍ଗସ ବ୍ୟୁରୋ : ଏୟାରଲିଫ୍ଟ ହେଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁରରୁ ଭୁବନେଶ୍ୱର କରାଗଲା ଏୟାରଲିଫ୍ଟ । ଦୁର୍ଘଟଣାର ଶିକାର ହେବା ପରେ ଗୁରୁତର ହୋଇ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବରଗଡ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ପୂର୍ବତନ ରାଜ୍ୟସଭା ସାଂସଦ ।
ଅଧିକ ପଢନ୍ତୁ : ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର ମୁହାଁମୁହିଁ ଧକ୍କା
ଗୁରୁବାର ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଗଡ଼ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ପ୍ରସନ୍ନଙ୍କ ଗାଡ଼ି । ଦୁର୍ଘଟଣାରେ ପ୍ରସନ୍ନଙ୍କ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ସେପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସ୍ଓ ଏବଂ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: