|
logo
Live
Argus News App
GET APP

Argus News - ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?

Odisha

bjd leader wife / ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?

Bikash Mohanty
Browse all articles by Bikash Mohanty
·2 days ago·2 min read
ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ନା ହତ୍ୟା ?
Bjd leader

Key Points

ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନୂଆପଡ଼ାର ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀ
ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘଟଣାର ତଦନ୍ତ କରୁଛି ପୋଲିସ
ନୁଆପଡ଼ା/ନର୍ଲା,୩୦/୦୩:ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରବିବାର ରାତିରେ ନୂଆପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି | ରାତି ପ୍ରାୟ ୮ଟା ୩୦ରେ ନୂଆପଡ଼ା ସହର ମତଗୁଡ଼ିପଡ଼ାରେ ଏହି ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା। ତାଙ୍କ ଘର ସମ୍ମୁଖ ଏକ ବେଲ ଗଛରେ ଓଢ଼ଣିକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାତି ପ୍ରାୟ ୯ଟାରେ ଅତିରିକ୍ତ ଏସ୍‌ପି ରଞ୍ଜିତ ନାଏକ ଓ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ପହଞ୍ଚି ମୃତଦେହକୁ ଜବତ କରିଥିଲେ । ରାତି ରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ସେପଟେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ୍‌ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ନର୍ଲା ପୁଲିସ ମାମଲା ରୁଜୁ କରିଛି। ନର୍ଲା ତହସିଲଦାରଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେବା ସହ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ନର୍ଲା ଥାନାରେ ତହସିଲଦାର ବିଭୁପ୍ରସାଦ ସିଂହ ଲିଖିତ ଅଭିଯୋଗ କରିଥିଲେ। ଗତ ୪ ଦିନ ଧରି କଳାହାଣ୍ଡି ପୁଲିସ ବିଧାୟିକାଙ୍କ ସ୍ବାମୀଙ୍କୁ ରୁପ୍ରା ରୋଡ୍‌ ଓ ଭୁବନେଶ୍ବରରେ ଖୋଜିବା ଘଟଣା କଳାହାଣ୍ଡି ଜିଲ୍ଲାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ପଢନ୍ତୁ ଏହି ଖବର: ରାଜଧାନୀର ହାୱାନା କ୍ଲବ ସମ୍ମୁଖରେ ଭୀଷଣ ଗଣ୍ଡଗୋଳ, ପୋଲିସର ତଦନ୍ତ

ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ଗତ ମାର୍ଚ୍ଚ ୧୫ ତାରିଖରେ ନର୍ଲା ତହସିଲଦାର ଶ୍ରୀ ସିଂହଙ୍କୁ ଫୋନ୍‌ କରିଥିଲେ। ବାଲିସିଙ୍ଗା ଓ ସାଲେପଡ଼ା ରାଜସ୍ବ ଗ୍ରାମ ମଧ୍ୟରେ ଗତ ୩ ବର୍ଷ ଧରି ଚାଲିଥିବା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ କଥା କଟାକଟି ହୋଇଥିଲା। ଏଥିରେ ବିଧାୟିକାଙ୍କ ସ୍ବାମୀ କୁଆଡ଼େ ଉତ୍‌କ୍ଷିପ୍ତ ହୋଇ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ତହସିଲଦାର ଶ୍ରୀ ସିଂହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଭାରତୀୟ ନ୍ୟାୟ ସଂହିତାର ଦଫା ୨୯୬, ୨୨୧, ୨୨୪, ୩୫୧ (୨), ୩୫୧ (୩), ମାମଲା ସଂଖ୍ୟା- ୭୨/୧୫.୦୩.୨୦୨୬ ରୁଜୁ ହୋଇ ତଦନ୍ତ ଜାରି ରହିଥିବା କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀ ସୂଚନା ଦେଇଛନ୍ତି। ଗତ ୪ ଦିନ ଧରି କେସିଙ୍ଗା ପୁଲିସ ରୁପ୍ରା ରୋଡ୍‌, ଫାର୍ମହାଉସ୍‌ ଓ ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଚଢ଼ଉ କରିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd leader wife: ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ନା ହତ୍ୟା ? | Argus News