Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରକ୍ତ ଚାଉଳ ଚୋବାଉଛନ୍ତି ବିଜେଡି ନେତା କର୍ମୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରକ୍ତ ଚାଉଳ ଚୋବାଉଛନ୍ତି ବିଜେଡି ନେତା କର୍ମୀ

ଅର୍ଗସ ବ୍ୟୁରୋ:  ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହତ୍ୟା ଅଭିଯୋଗ । ଫୁଲଚରା ଗାଁର ବିଜେପି ସମର୍ଥିତ ସୁରଥ ନାଏକଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଫୁଳଚରା ଗାଁ ର ସୁରଥ ନାଏକ ଗତକାଲି ସନ୍ଧ୍ୟା ୬ ଟାରୁ ନିଖୋଜ ଅଛନ୍ତି । ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ । ଜୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବା ଚିହ୍ନ ଦେଖିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ଏତଲା ରଖି ନଥିଲେ । ପରେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ପୋଲିସ ଏତଲା ରଖିଥିଲେ ମଧ୍ୟ କୌଣସି ତତ୍ପ ରତା ଦେଖାଇ ନଥିବା ଅଭିଯୋଗ ହୋଇଛି । ଘଟଣାରେ କିଛି ବିଜେଡି ନେତା ଓ କର୍ମୀଙ୍କ ସଂପୃକ୍ତି ଥିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସୁରଥଙ୍କ ପୁଅ ଅଭିଯୋଗ କରିଛନ୍ତି ।

ବିଜେଡି କର୍ମୀ ମାରି ଦେଇଥିବା ଅଭିଯୋଗରେ ବୀରମହାରାଜପୁର ମୁଖ୍ୟ ଛକରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସୀଂସଦ ସଙ୍ଗୀତା ସିଂହଦେଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଚିଲା ରାସ୍ତା ଅବରୋଧ। ତୁରନ୍ତ ଅଭିଯୁକ୍ତ ମାନକୁ ଗିରଫ କରିବା ସହିତ କଠୋର କାର୍ଯାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି, ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ। 

ସେପଟେ ଜଗତସିଂହପୁର ଏରସମା ଭଜାଖିଆ ଗ୍ରାମରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ 12 ପରିବାରକୁ ନିଆଁପାଣି ବାସନ୍ଦ । ମନ୍ଦିର ପୂଜା ପାଇଁ ମିଳୁନି ଅନୁମତି । ଥାନାକୁ ଦୌଡି ଦୌଡି ନିରାଶ ହେବାପରେ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ କଲେ ଅଭିଯୋଗ । ପୋଲିସ କାର୍ଯ୍ୟାନୁଷ୍ଠାନ ଶୁନ । ଅଭିଯୋଗକାରୀଙ୍କୁ ଶତାଧିକ ଗ୍ରାମବାସୀ ବରଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଭିଡିଓ ସୁଟ କରିଥିବା ମହିଳାଙ୍କୁ ପାଶବିକ ଅତ୍ୟାଚାର ଦିଆଯାଇଥିବା ଅଭିଯୋଗ ହୋଇଛି । ଏସବୁ ପାଇଁ ଏରସମା ପୋଲିସକୁ ଦାୟୀ କରିଛନ୍ତି ଅଭିଯୋଗକାରୀ।  ଏବେ ମୋହନ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
BJD leaders and workers are angry | Argus News