Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁନିକୁନି ଛାତ୍ରଛାତ୍ରୀଙ୍କୁ ଭଣ୍ଡାଉଛନ୍ତି ବିଜେଡି ନେତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁନିକୁନି ଛାତ୍ରଛାତ୍ରୀଙ୍କୁ ଭଣ୍ଡାଉଛନ୍ତି ବିଜେଡି ନେତା

ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ମିଛ ପ୍ରଚାର ତ ଅନ୍ୟପଟେ ଶିଶୁ ଉତ୍ସବ ନାଁରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ଭଣ୍ଡାଉଛନ୍ତି ବିଜେଡି ନେତା। ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ପ୍ରତି ପଂଚାୟତକୁ ଆସୁଛି 3ଲକ୍ଷ ଟଙ୍କା । ତେବେ ଏହି ଟଙ୍କାକୁ କିପରି ଖର୍ଚ୍ଚ କରିବେ ତାର ମଧ୍ୟ ଗାଇଡ଼ ଲାଇନ ରହିଛି ! ପଂଚାୟତରେ ମଞ୍ଚବାନ୍ଧିବା ସହ ପଂଚାୟତ ସ୍ଥରର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଳାକାର ମାନଙ୍କୁ ସାମିଲ କରି ନୃତ୍ୟ ଗୀତ ପରିବେଷଣ କରିବା ସହ ସରକାରଙ୍କ ଜନହିତ କାରି ଯୋଜନା ସଂମ୍ପର୍କରେ ନୃତ୍ୟ ପରିବେଷଣ କରିବା ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଥିରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପଂଚାୟତରେ ଶାସକ ଦଳର ସରପଞ୍ଚ ମାନେ ନିଜ ପଂଚାୟତ ଅଧୀନରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଧମକାଇ ବା ସହ ଶିଶୁମେଳା ନାଁରେ ଛାତ୍ର ଛାତ୍ରୀଙ୍କୁ ବିନା ପାରିଶ୍ରମିକରେ ନଚାଉଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ ଓ ପ୍ରଧାନଶିକ୍ଷକ । ବିଶେଷ କରି ଏଭଳି ଘଟଣା ଦେଖିବାକୁ ମିଳୁଛି ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପଂଚାୟତରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD leaders are disturbing the students | Argus News