Videos
|
Odisha

ନିଜ କାମ ଉପରେ ନାହିଁ କି ବିଜେଡି ନେତାଙ୍କ ଭରସା: SHG ମହିଳା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିଜ କାମ ଉପରେ ନାହିଁ କି ବିଜେଡି ନେତାଙ୍କ ଭରସା: SHG ମହିଳା

ଅର୍ଗସ ବ୍ୟୁରୋ:  ନିଜ କାମ ଉପରେ ନାହିଁ କି ବିଜେଡି ନେତାଙ୍କ ଭରସା। ଏବେ ପୁରସ୍କାର ବାଣ୍ଟି ଭୋଟ୍ ହାତେଇବା ଏକ ମାତ୍ର ସାହା ଭରସା। ନିର୍ବାଚନ ପୂର୍ବରୁ ମହିଳା ଭୋଟ୍ ହାତେଇବାକୁ ବିଜେଡି ନେତାଙ୍କ ଜୋରଦାର ପ୍ରୟାସ। SHG ମହିଳାଙ୍କୁ ଶାଢ଼ୀ ବାଣ୍ଟି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ତଥା ବିଜେଡି ନେତା ନିହାର ବେହେରା। ନିହାର ବଲାଙ୍ଗୀର ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ବିଜେଡିର ଟିକେଟ୍ ଆଶାୟୀ ରହିଛନ୍ତି। ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଅଞ୍ଚଳର ମହିଳା ଭୋଟ୍ ନିଜ ସପକ୍ଷରେ କରିବାକୁ ଏବେଠୁ ପ୍ରୟାସ ଆରମ୍ଭ କରିଛନ୍ତି କି ନିହାର।

ବିଜେଡି ରାଜ୍ୟରେ 24 ବର୍ଷ ଧରି ଶାସନ କରିଥିଲେ ବି ଭୋଟ୍ ପାଇଁ କାମ ପରିବର୍ତ୍ତେ ପୁରସ୍କାର ଉପରେ ଭରସା କରୁଛନ୍ତି ବିଜେଡି ନେତା। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି SHG ମହିଳା। ନିର୍ବାଚନ ଜିତିବାକୁ ବିଜେଡି ନେତା ଲାଞ୍ଚ ଦେଉଥିବା ଅଭିଯୋଗ କରିଛନ୍ତି। ତା ଛଡ଼ା ନିମ୍ନମାନର ଶାଢ଼ୀ ବଣ୍ଟା ଯାଉଥିବାର ଅଭିଯୋଗ କରି ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି। ମହିଳା କହିଛନ୍ତି ଆମେ ବୋକା ନୋହୁଁ .. ସବୁ ବୁଝୁଛୁ ... ନିର୍ବାଚନରେ ଖଣ୍ଡେ ଭୋଟ୍ ବି ଦେବୁନି। ଏ ନେଇ ଜଣେ ବିଜେଡି ନେତା ଏବଂ ଏସଏଚଜି ମହିଳାଙ୍କ ଅଡିଓ କଲ୍ ଭାଇରାଲ ହେଉଥିବା ବେଳେ ଏଥିରେ ନେତା ନିହାର ବେହେରା ଶାଢୀ ବାଣ୍ଟୁଥିବା କଥା ସ୍ବୀକାର କରିଛନ୍ତି।

ରାଜନୀତି ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: