Videos
|
Odisha

ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ବିଜେଡି ନେତାଙ୍କ ବୈଠକ

Ritu Das
Browse all articles by Ritu Das
·2 years ago
ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ବିଜେଡି ନେତାଙ୍କ ବୈଠକ

ଅର୍ଗସ ବ୍ୟୁରୋ: ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ଆସିପାରେ ବଡ ଖବର । ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ବିଜେଡି ନେତାଙ୍କ ବୈଠକ । ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ ବିଜେଡି ନେତା ଭି. କେ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ । ଚୂଡ଼ାନ୍ତ ରୂପ ନେଇପାରେ ବିଜେପି-ବିଜେଡି ମେଣ୍ଟ । 

ବୈଠକରେ ଆସନ ବୁଝାମଣା ନେଇ ହୋଇଥାଇପାରେ ଆଲୋଚନା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ମେଣ୍ଟ ଚୂଡ଼ାନ୍ତ ରୂପ ନେଇପାରେ। ମେଣ୍ଟ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେଡି ନେତାଙ୍କ ଦିଲ୍ଲୀ ଗସ୍ତ ପୁଣି ଥରେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ସେପଟେ ଦୁଇଦିନ ହେଲା ରାଜଧାନୀ ଦିଲ୍ଲୀରେ ଅଛନ୍ତି ରାଜ୍ୟର ବରିଷ୍ଠ ବିଜେପି ନେତା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD leaders | Argus News