Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଥରସ୍ ଦୁଷ୍କର୍ମ ଘଟଣାରେ ବିଜେଡି କରୁଥିଲା ବଡ଼ ହୋହଲ୍ଲା, କୋଲକାତା ଘଟଣାରେ ମୁହଁରେ ତାଲା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହାଥରସ୍ ଦୁଷ୍କର୍ମ ଘଟଣାରେ ବିଜେଡି କରୁଥିଲା ବଡ଼ ହୋହଲ୍ଲା, କୋଲକାତା ଘଟଣାରେ ମୁହଁରେ ତାଲା
  • ହାଥରସ୍ ଦୁଷ୍କର୍ମ ଘଟଣାରେ ବିଜେଡି କରୁଥିଲା ବଡ଼ ହୋହଲ୍ଲା
  • ହେଲେ କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁହଁରେ ତାଲା
  • ଧରାପଡ଼ିଗଲା ମହିଳା ହିଂସା ପ୍ରସଙ୍ଗରେ ବିଜେଡିର ଦୋମୁହାଁ ଚରିତ୍ର
  • ସୁପ୍ରିମ କୋର୍ଟଙ୍କ ଭର୍ସନା ପରେ ବି ନୀରବ ବିଜୁ ଜନତା ଦଳ
  • ଓଡ଼ିଶାରେ ମହିଳାଙ୍କ ପ୍ରତି ଯାତନା ବେଳେ ବି ଚୁପ୍ ରହୁଥିଲା ବିଜେଡି
  • ସେଥିପାଇଁ ଓଡ଼ିଶାବାସୀ ନବୀନ ସରକାରକୁ ଦେଲେ ଗାଦିରୁ ଫୋପାଡ଼ି

ଅର୍ଗସ ବ୍ୟୁରୋ:  ହାଥରସ ଦୁଷ୍କର୍ମ ଘଟଣାରେ ଦିଲ୍ଲୀ ଯାଏ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଥିବା ବିଜେଡି କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୀରବ କାହିଁକି ? ସାରା ଦେଶ ଏ ଘଟଣାକୁ ନିନ୍ଦା କରୁଥିବା ବେଳେ ଏପରିକି ଖୋଦ୍ ସୁପ୍ରିମ କୋର୍ଟ ମମତା ସରକାରକୁ ଭର୍ସନା କରିଥିବା ବେଳେ ବିଜେଡି ନେତା ଓ ନେତ୍ରୀଙ୍କ ମୁହଁରେ ତାଲା କାହିଁକି ? ଏ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ କାହିଁକି ମମତା ବାନାର୍ଜୀଙ୍କୁ କାହିଁକି ଚିଠି ଲେଖୁନାହାନ୍ତି ନବୀନ ପଟ୍ଟନାୟକ। ମହିଳା ସମ୍ମାନର ମାଳା ଜପୁଥିବା ବିଜେଡି ଡାକ୍ତରୀ ଛାତ୍ରୀଙ୍କ ପ୍ରତି ହୋଇଥିବା ଏହି ଜଘନ୍ୟ କାଣ୍ଡରେ କାହିଁକି ଚୁପ୍ ? ଓଡ଼ିଶାକୁ ଆଳୁ ବନ୍ଦ ପାଇଁ ଭାଇ- ଭଉଣୀ ନବୀନ-ମମତା ଷଡ଼ୟନ୍ତ୍ର କରିିଥିବା ନେଇ ହୋଇଥିଲା ଅଭିଯୋଗ। ଏବେ ନବୀନଙ୍କ ନୀରବତା ଅଭିଯୋଗରେ ସତ୍ୟତା ଥିବା ନେଇ କରୁଛି ପ୍ରମାଣିତ। ଏ ପ୍ରସଙ୍ଗରେ ବିଜେଡିକୁ ଘେରିଛନ୍ତି ଶାସକ ବିଜେପି ଓ କଂଗ୍ରେସ।

ଓଡ଼ିଶାରେ ବିଜେଡି ଶାସନ ଅମଳରେ ଚରମ ସୀମାରେ ପହଞ୍ଚିଥିଲା ମହିଳା ବିରୋଧୀ ହିଂସା। ମମିତା ମେହେର ହତ୍ୟା ମାମଲା, ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା, ପରୀ ହତ୍ୟା ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ନେଇ ଆସିଥିଲା ଅଭିଯୋଗ। ମମିତା ହତ୍ୟାରେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ରୁଚିକା ଆତ୍ମହତ୍ୟା ମାମଲାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ପରୀ ହତ୍ୟା ଘଟଣାରେ ବିଜେଡି ବିଧାୟକ ତଥା ତତକାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର। ହେଲେ ଏସବୁ ଘଟଣାରେ ଚୁପ୍ ବସିରହିଲେ ନବୀନ। ନା ସଂପୃକ୍ତ ନେତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନା ସେମାନଙ୍କୁ ତଦନ୍ତ ପରିସର ଭୂକ୍ତ କରାଗଲା। ମହିଳାଙ୍କୁ ନ୍ୟାୟ ପ୍ରସଙ୍ଗରେ ନବୀନଙ୍କର ଏହି ନୀରବତା ତାଙ୍କୁ ୨୦୨୪ ନିର୍ବାଚନରେ ମହଙ୍ଗା ପଡ଼ିଲା। ବିଜେଡିକୁ ଶାସନରୁ ବିଦା କରିଦେଲେ ରାଜ୍ୟବାସୀ। ତା ପରେ ବି ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ବିଜେଡିର ଅଣଦେଖା ଦଳର ମହିଳା ବିରୋଧୀ ଚରିତ୍ରକୁ ପଦାରେ ପକାଇଦେଇଛି। ଓଡ଼ିଶାର ସ୍ବାର୍ଥ ଏବଂ ମହିଳା ସମ୍ମାନ ବିରୋଧରେ ଯାଇ ଭଉଣୀ ମମତାଙ୍କୁ ନବୀନଙ୍କ ନୀରବ ସମର୍ଥନ ସୃଷ୍ଟି କରିଛି ଏକ କଳଙ୍କିତ ଉଦାହରଣ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD made a lot of noise in the case of Hathras misdeeds, in the face of the Kolkata incident | Argus News