ବିଜେଡିର ବଡ଼ ପ୍ରଚାର ମଧ୍ୟରେ ବୃହତ୍ ଶିଳ୍ପ ଛାଡି ପଳାଉଥିଲେ ଓଡ଼ିଶା

Key Points
- ବିଜେଡିର ବଡ଼ ପ୍ରଚାର ମଧ୍ୟରେ ବୃହତ୍ ଶିଳ୍ପ ଛାଡି ପଳାଉଥିଲେ ଓଡ଼ିଶା
- ଆବଶ୍ୟକୀୟ ଭିତ୍ତିଭୂମି ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଓଡ଼ିଶା ହରାଉଥିଲା ପୁଞ୍ଜି
- ବିଜେଡି ସରକାର ସମୟରେ ଚୁକ୍ତି ସ୍ବାକ୍ଷର କରି ରାଜ୍ୟରୁ ଫେରି ଯାଇଥିଲେ ୧୩ ବୃହତ ଶିଳ୍ପ
- ଆରସେଲର ମିତଲ,ପୋସ୍କୋ,ଟାଟା ପାୱାର ଭଳି ୧୩ ବଡ଼ ଶିଳ୍ପ ଫେରି ଯାଇଥିଲେ
- ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଙ୍କ ପ୍ରଶ୍ନ ର ଲିଖିତ ଉତ୍ତର ରଖି ଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
- ନୂଆ ସରକାର ସମୟରେ କିଛି ଦିନ ତଳେ ପୋସ୍କୋ ଭଳି କମ୍ପାନୀ ପୁଣି ଥରେ ଓଡିଶା ଆସିବା ଲାଗି ଘୋଷଣା କରିଛନ୍ତି
ଅର୍ଗସ ବ୍ୟୁରୋ : ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଙ୍କ ପ୍ରଶ୍ନ ର ଲିଖିତ ଉତ୍ତର ରଖି ଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ପୂର୍ବ ସରକାର ସମୟରେ ଚୁକ୍ତି ସ୍ବାକ୍ଷର କରି ରାଜ୍ୟରୁ ଫେରି ଯାଇଥିଲେ ୧୩ ବୃହତ ଶିଳ୍ପ । ଯେଉଁଥିରେ ଥିଲେ ଆରସେଲର ମିତଲ,ପୋସ୍କୋ,ଟାଟା ଭଳି ୧୩ ବଡ଼ ଶିଳ୍ପ । ତେବେ ନୂଆ ସରକାର ସମୟରେ କିଛି ଦିନ ତଳେ ପୋସ୍କୋ ଭଳି କମ୍ପାନୀ ପୁଣି ଥରେ ଓଡିଶା ଆସିବା ଲାଗି ଘୋଷଣା କରିଛନ୍ତି । ଏ ନେଇ ମନ୍ତ୍ରୀ କହିଛନ୍ତି ବିଜେଡି ସମୟରେ ଯେଉଁ ଶିଳ୍ପ ଫେରିଯାଇଥିଲା ତାକୁ ବି ଆମେ ଓଡିଶା ଫେରାଇବାକୁ ଚେଷ୍ଟା କରୁଛୁ । କିଛି ଅନୁମତି ମିଳିବା ବାକି ଅଛି କମ୍ପାନୀ ପକ୍ଷରୁ ଆବଶ୍ୟକୀୟ କାଗଜ ମିଳିଲେ ହେଇଯିବ ।
ସେପଟେ କେନ୍ଦ୍ରାପଡ଼ା ମହାକାଳପଡ଼ା ବଡ଼ଟୁବି ଠାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆରସେଲର ମିତଲ ନିପନ ଷ୍ଟିଲ ତାର ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ମହାକାଳପଡ଼ା ଅଂଚଳରେ ଷ୍ଟିଲ ପ୍ଲାଣ୍ଟ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ ବେକାର ସମସ୍ୟା ଦୂର ହୋଇପାରିବ । ମହାକାଳପଡ଼ା ବ୍ଲକ ବଡ଼ଟୁବି ମୌଜାରେ 383 ଏକର ଜମି ଅଧିଗ୍ରହଣ ହେବ ଏନେଇ ଏଡିଏମ ନିଲୁ ମହାପାତ୍ର ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି । ଏପରିକି ଉକ୍ତ ସ୍ଥାନେରେ ଜମି କିଣା ବିକା ହୋଇ ପାରିବନାହିଁ ବୋଲି କଡା ନିର୍ଦେଶ ରହିଛି । ଏପରିକି ସେଠୀ ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ ଚାଲିଛି । ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି । 18 ମାସରେ ବିଦ୍ୟୁତ ଯୋଗାଯୋଗ କାମ ସରିବ । ସମସ୍ତ ପ୍ରକାର ଅନୁସାଙ୍ଗିକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ମନ୍ତ୍ରୀ । ପୁଣିଥରେ ସରକାରଙ୍କ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ହେବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି, ଅପରପକ୍ଷରେ, କମ୍ପାନୀ ପାଇଁ ବିସ୍ଥାପିତ ଆଶଙ୍କାରେ ଥିବା ଗ୍ରାମର ଲୋକମାନେ କହିଛନ୍ତି କମ୍ପାନୀ ହେଲେ ସ୍ଥାନୀୟ ଅଞ୍ଚଳରେ ବିକାଶ ହେବ ଯୁବକ ଯୁବତୀ ମାନେ ଚାକିରୀ ପାଇବେ ।
ମୋହନ ସରକାରର ସମୟରେ ଆଗେଇଛି ପୁଂଜି ନିବେଶ । ଦିଲ୍ଲୀ ଓ ମୁମ୍ବାଇରେ ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ୍ କଥା ହୋଇ ପୁ଼୍ଜିନିବେଶ ପାଇଁ ଆକୃଷ୍ଟ କରିଛନ୍ତି। ସେହିଭଳି ସିଙ୍ଗାପୁରରେ ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ରୋଡ ଶୋ କରି ପୁଞ୍ଜିପତି ମାନଙ୍କ ସହ ଓଡ଼ିଶାରେ ପୁ଼୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଇ ୫ ମାସରେ ୫୦ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ଓ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ସେହିପରି ୮ଟି ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି ୧୨ ଟି ଶିଳ୍ପ । ସମ୍ବଲପୁରରେ ୩୫୦୦ କୋଟି ନିବେଶରେ ଷ୍ଟିଲ୍ ୟୁନିଟ୍ ପ୍ରତିଷ୍ଠା କରିବ ଭୂଷଣ ପାଓ୍ବାର ଷ୍ଟିଲ ଲିମିଟେଡ୍ । ୫ ବର୍ଷରେ ରାଜ୍ୟରେ 5 ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଛି ।

