Videos
|
Odisha

ସାମ୍ବାଦିକଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କଲେ ବିଜେଡି ବିଧାୟକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସାମ୍ବାଦିକଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କଲେ ବିଜେଡି ବିଧାୟକ

ଅର୍ଗସ ବ୍ୟୁରୋ : ବବି ଦାସଙ୍କ ଘର ଭଙ୍ଗାରୁଜାକୁ ନେଇ ରାଗି ଗଲେ ବିଜେଡି ନେତା ରଘୁନନ୍ଦନ ଦାସ । ପ୍ରତିଶୋଧ ନେବା ପାଇଁ ଅର୍ଗସ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଉପରକୁ କୁକୁର ଲଗାଇଲେ ।  ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମଧ୍ୟ ମାଡ଼ ମାରି ଥିବା ଅଭିଯୋଗ ମଧ୍ୟ ଅଭିଯୋଗ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି, ସେ ନିଜେ କୁକୁର ଲଗାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା କଥା ମାନିଛନ୍ତି । ତେବେ ଜଣେ ସାମ୍ବାଦିକା ନିଜର କର୍ତ୍ତବ୍ୟ କରୁଥିବା ବେଳେ ନିଜର ରାଗକୁ ସାମ୍ବାଦିକାଙ୍କ ଉପରେ ସୁଝାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ : ସରକାରୀ ଟଙ୍କାରେ ଘର କରିଥିଲେ, ଏବେ ଭାଙ୍ଗିକି ଗୁଣ୍ଡ

ସେପଟେ ସରକାରୀ ବାସଭବନ ଭିତରେ ବବିଦାସଙ୍କ ଆଲିସାନ୍ ବଙ୍ଗଳା ଭଙ୍ଗା ଚାଲିଛି । ତେବେ ବାସଭବନରେ କାହିଁକି ଥିଲା ଅଣ୍ଡର ଗ୍ରାଉଣ୍ଡ ଘର , କାହିଁକି ଏତେ ବଡ ଘର ତିଆରି କରିଥିଲେ ବବିଦାସ, କିଏ ଦେଇଥିଲା ନିର୍ମାଣର ଅନୁମତି ତାକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ସେହି କୋଠାରେ ସୋଫା,ବେଡ୍ , ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । ଯାହା ଭାଙ୍ଗିଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

BJD MLA attacked journalist with dog | Argus News