Videos
|
Odisha

Odisha Politics / ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବାସଭବନରେ ପୋଲିସ, ଅଭିଯୁକ୍ତ ସ୍ବାମୀଙ୍କୁ ଖୋଜୁଛି ପୋଲିସ

Bikash Mohanty
Browse all articles by Bikash Mohanty
·5 months ago·2 min read
ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବାସଭବନରେ ପୋଲିସ, ଅଭିଯୁକ୍ତ ସ୍ବାମୀଙ୍କୁ ଖୋଜୁଛି ପୋଲିସ
BJD MLA

Key Points

ବିଜେଡି ବିଧାୟିକାଙ୍କ ବାସଭବନରେ ପୋଲିସର ଚଢାଉ
ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ବାସଭବନରେ ପୋଲିସର ଚଢାଉ
ବିଧାୟିକାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତିଙ୍କୁ ଖୋଜୁଛି ପୋଲିସ
ନର୍ଲା ତହସିଲଦାର ବିଭୁ ପ୍ରସାଦ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ

ଭୁବନେଶ୍ବର ୨୯/୦୩: ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ କେସିଙ୍ଗା ପୋଲିସର ଚଢାଉ। ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି ପୁଲିସ।

ଗତ ଫେବୃଆରୀ ୧୫ତାରିଖରେ ଏନେଇ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର ବିଭୁ ପ୍ରସାଦ ମହାନ୍ତି। ଆଜି ସକାଳୁ କେସିଙ୍ଗା ପୁଲିସର ଏକ ଟିମ ମନୋରମାଙ୍କ ସରକାରୀ ବାସ ଭବନରେ ଚଢ଼ାଉ କରିଥିଲେ ହେଁ ବିଧାୟିକା କିମ୍ବା ତାଙ୍କ ସ୍ୱାମୀଙ୍କୁ ପାଇନଥିଲେ। ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ ବିଜେଡି ନେତା ଉପସ୍ଥିତ ରହି ଏ ଘଟଣାକୁ ବିରୋଧ କରିଛନ୍ତି। କାହିଁକି କେସିଙ୍ଗା ପୁଲିସ ବିନା ୱାରେଣ୍ଟରେ ବିଧାୟିକାଙ୍କ ଘରେ ଚଢ଼ାଉ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତି ଉରଫ ମୁନ୍ନାଙ୍କ ନାଁରେ ସାଂଘାତିକ ଅଭିଯୋଗ। ଗତ ୧୫ ତାରିଖରେ ନର୍ଲା ତହସିଲଦାରଙ୍କୁ ଫୋନରେ ହତ୍ୟା ଧମକ ଦେବା ସହ ଅସହ୍ୟ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି। ଏନେଇ ତହସିଲଦାର ନର୍ଲା ଥାନାରେ ଅଭିଯୋଗ କରିଥିଲେ। ଏସଡିପିଓ ସନ୍ଦିପ କୁମାର ତଦନ୍ତ ଅଧିକାରୀ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ପରେ ସ୍ବାମୀ ଦୁର୍ଗାପ୍ରସାଦଙ୍କୁ ଖୋଜୁଛି ପୋଲିସ। ହେଲେ ଧରା ଦେଉନାହାନ୍ତି ମୁନ୍ନା।

ଅଧିକ ପଢନ୍ତୁ: କଟକରେ ଛିଣ୍ଡୁଛି ବିଜେଡି, ବଢୁଛି ବିଜେପି, ୱାଇପ ଆଉଟ୍ ହୋଇଗଲାଣି କଂଗ୍ରେସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁଣ୍ଡାଗିରି ମୁନ୍ନାଙ୍କ ପୁରୁଣା ରୋଗ। ୧୨ ବର୍ଷରୁ ଅଧିକ ସମୟ ନର୍ଲା ଅଞ୍ଚଳରେ ଗୁଣ୍ଡାରାଜ ଚଲାଇ ଆସୁଛନ୍ତି ମୁନ୍ନା। ଗତ କେସିଙ୍ଗା ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଣେ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଅଡିଓ ଭାଇରଲ ହୋଇଥିଲା lକିଛି ମାସ ତଳେ ଛତିଗୁଡ଼ା ଛକ ଠାରେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଦୁଇ ଗୋଷ୍ଠି ନର୍ଲା ଥାନାର ଦ୍ୱାରସ୍ତ ହୋଇଥିଲେ ସେଥିରେ ମଧ୍ୟ ମୁନ୍ନା ମହାନ୍ତିଙ୍କ ସଂପୃକ୍ତିର ଅଭିଯୋଗ ଆସିଥିଲା। ସେତିକି ନୁହେଁ ସରକାରୀ ଜମିରେ ବିରାଟ ଅଟ୍ଟାଳିକା ତିଆରି କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ବିନା ନୋଟିସରେ ବିଧାୟିକାଙ୍କ ଘରକୁ ପୋଲିସ ପଶିବା କୁ ମୁଁ ନିନ୍ଦା କରୁଛି। ଏନେଇ ଭୁବନେଶ୍ୱର ଲୋକାଲ ପୋଲିସକୁ ମଧ୍ୟ ଖବର ଦିଆଯାଇ ନାହିଁ। ମନୋରମା ମହାନ୍ତି ରାଜ୍ୟସଭା ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାରୁ ସରକାର ଏ ପରି କରୁଛନ୍ତି।ଏହା ଦ୍ୱାରା ଜନପ୍ରତିନିଧିଙ୍କ ମାନହାନି ହେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିସାରୀ। 

ବିଜେଡ଼ିର କଣ ଆଇନ ଉପରେ ଭରସା ନାହିଁ କି ? ଆଇନ ଉପରେ ଭରସା ରଖନ୍ତୁ । ଯଦି କିଛି ଅଭିଯୋଗ କରୁଛନ୍ତି, ତାକୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ।  ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ହତ୍ୟା ଉଦ୍ୟମ ଅଭିଯୋଗ ଆସିଛି । ତେଣୁ ipc ଅନୁସାରେ ହତ୍ୟା ଅଭିଯୋଗ ଏକ ଧର୍ତ୍ତବ୍ୟ ଅପରାଧ ତେଣୁ ପୋଲିସ ତା କର୍ତ୍ତବ୍ୟ କରିବା ଦରକାର ବୋଲି ଅନୀଲ ବିଶ୍ବାଳ କହିଛନ୍ତି।