Odisha Politics / କଟକରେ ଛିଣ୍ଡୁଛି ବିଜେଡି, ବଢୁଛି ବିଜେପି, ୱାଇପ ଆଉଟ୍ ହୋଇଗଲାଣି କଂଗ୍ରେସ
·1 month ago·2 min read

Key Points
କଟକରେ ଭାଙ୍ଗୁଛି ବିଜେଡି ଗଡ଼
ମଜବୁତ୍ ହେଉଛି ବିଜେପି
ୱାଇପ ଆଉଟ୍ ହୋଇଗଲାଣି କଂଗ୍ରେସ
ମଜବୁତ୍ ହେଉଛି ବିଜେପି
ୱାଇପ ଆଉଟ୍ ହୋଇଗଲାଣି କଂଗ୍ରେସ
କଟକରେ ଭାଙ୍ଗୁଛି ବିଜେଡି ଗଡ଼। ୱାଇପ ଆଉଟ୍ ହୋଇଗଲାଣି କଂଗ୍ରେସ। ମଜବୁତ୍ ହେଉଛି ବିଜେପି। ରାଜ୍ୟସଭା ନିର୍ବାଚନରେ ହୋଇଥିବା କ୍ରସ ଭୋଟିଂ ପରେ ସ୍ପଷ୍ଟ ହୋଇଗଲା କଟକ ରାଜନୀତିର ଚିତ୍ର।
୯୦ ଦଶକରେ ଜିଲ୍ଲାରେ କଂଗ୍ରେସର ସ୍ଥିତି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଜବୁତ୍ ଥିଲା। ୨୦୦୦ ମସିହା ଠାରୁ ଜିଲ୍ଲାରେ ନିଜର ଦବଦବା ଦେଖେଇଲା ବିଜୁ ଜନତା ଦଳ। ହେଲେ ଏବେ ବିଜେଡିର ବରିଷ୍ଠ ନେତୃତ୍ୱଙ୍କ ସହ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ, ଅନ୍ତ କନ୍ଦଳ, ପାଣ୍ଡିଆନ ଫ୍ୟାକ୍ଟର ଯୋଗୁଁ ଜିଲ୍ଲାରେ ଦଳର ଅଣ୍ଟା ଭାଙ୍ଗିଛି। କଟକର ପ୍ରମୁଖ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଜର ଛାତ୍ର ଓ ଯୁବ ସଂଗଠନକୁ ମଜବୁତ୍ ରଖିଥିବା କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଦଳରୁ ନିଲମ୍ବିତ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ସେହିପରି ୱାର୍ଡ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ନିଜର ସଂଗଠନକୁ ମଜବୁତ୍ ରଖିବା ସହ କର୍ମୀ ଓ ସମର୍ଥକଙ୍କ ଏକାଠି ରଖିଥିବା ଦୁଇ ପୁରୁଣା ନେତା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀ ମଧ୍ୟ ଦଳରେ ନାହାଁନ୍ତି। ଜିଲ୍ଲାରେ ମାତ୍ର ୨ ଟି ବିଧାନସଭା ଆସନ ସାଲେପୁର ଓ ଆଠଗଡରେ ବିଜେଡି ସୀମିତ ରହିଥିବା ବେଳେ କଟକ ମହାନଗର ନିଗମରେ ନିଜର ସଂଖ୍ୟାର ଗରିଷ୍ଠତା ରହିଛି।
ଆହୁରି ପଢନ୍ତୁ: ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ,୨୦୧୯ରୁ ୨୦୨୪ ମଧ୍ୟରେ ଲୋକ ଦେଖୁଥିଲେ କିଏ ସବଳ ଓ କିଏ ଦୁର୍ବଳ
ଅନ୍ୟପଟେ ଏକମାତ୍ର କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ରୁ ଖାତା ଖୋଲିଥିବା କଂଗ୍ରେସ ମଧ୍ୟ ଏବେ ୱାଇପ ଆଉଟ୍ ହୋଇଯାଇଛି। ପ୍ରଥମେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ପରେ ତାଙ୍କ ଝିଅ ତଥା ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦଳରୁ ବିଦା ହେବା ପରେ ଏବେ କଟକ ଜିଲ୍ଲା ନକ୍ସାରେ ହଜି ଗଲାଣି କଂଗ୍ରେସ।
ବିଜେଡି ଓ କଂଗ୍ରେସର ପତନ ଘଟିବାକୁ ଯାଉଥିବ ବେଳେ ସେପଟେ କଟକ ଜିଲ୍ଲାରେ ମଜବୁତ୍ ହେଉଛି ବିଜେପି। ଜିଲ୍ଲାରେ ଏବେ ନିଆଳି ଓ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ଥିବା ବେଳେ ମାହାଙ୍ଗା ଓ ବଡମ୍ବା ନରସିଂହପୁରରେ ସ୍ୱାଧୀନ ବିଧାୟକ ଅଛି। ଏହି ଦୁଇ ସ୍ୱାଧୀନ ବିଧାୟକ ବର୍ତ୍ତମାନର ସରକାରକୁ ସମର୍ଥନ କରିଛନ୍ତି। ଯାହାଫଳରେ ଜିଲ୍ଲାର ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜେପିର ଦବଦବା ଥିବା ବେଳେ ବାକି ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କଟକ ବାରବାଟୀ, କଟକ ଚୌଦ୍ୱାର, ଟାଙ୍ଗୀ ସାଲେପୁର, ଆଠଗଡ ଓ ବାଙ୍କୀରେ ଦଳ ଅତି ନିକଟରେ ଦ୍ୱିତୀୟ ନମ୍ୱରରେ ରହିଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories