Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୂପାନ୍ତରୀକରଣର ପୋଲ୍ ଖୋଲିଲେ ବିଜେଡି ବିଧାୟକ ରୋହିତ ପୂଜାରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରୂପାନ୍ତରୀକରଣର ପୋଲ୍ ଖୋଲିଲେ ବିଜେଡି ବିଧାୟକ ରୋହିତ ପୂଜାରୀ

ଅର୍ଗସ ବ୍ୟୁରୋ:  25 ବର୍ଷ ବିଜେଡି ସରକାରର ଭୁଲକୁ ସ୍ୱୀକାର କଲେ ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ । ଆଉ ବିଜେଡି ସରକାରର ଭୁଲ୍ ପାଇଁ ବିଦ୍ୟାଳୟରେ ଶିକ୍ଷକ ନଥିବା କଥାକୁ ମାନିଛନ୍ତି ରୋହିତ । ଆଉ ଥରେ ଶୁଣନ୍ତୁ ସମ୍ବଲପୁରର କୁଲତକାନି ନିର୍ବାଚନୀ ସଭାରେ କେମିତି କହୁ କହୁ ସତ କହିଦେଲେ ରୋହିତ ପୂଜାରୀ । ଆଉ ନିଜର ବିଫଳତା ମାନିବା ସହ ଭୋଟ ପାଇଁ ଲୋକଙ୍କୁ ଅଜାଡି ଦେଇଛନ୍ତି ପ୍ରତିଶ୍ରୁତି।

ରୂପାନ୍ତରୀକରଣ ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା । ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭୈରବ କାର୍ତିକେୟନ୍ ପାଣ୍ଡିଆନ୍ ବୁଲି ବୁଲି କହୁଛନ୍ତି ରୂପାନ୍ତରୀକରଣର କଥା । ହେଲେ ରୂପାନ୍ତରଣର ବାସ୍ତବ ସ୍ଥିତି କଣ ତାହା ତାଙ୍କ ଦଳର ବିଧାୟକ କହିଛନ୍ତି । ଆଉ ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି । ସେପଟେ ବିଜେଡି ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ଲୋକେ ତାଙ୍କ ଦଳକୁ କ୍ଷମା କରିବେ ନା ଦଣ୍ଡ ଦେବେ ତାକୁ ନେଇ ଉଠିଛି ପ୍ରଶ୍ନ ।

୨୫ ବର୍ଷ ସରକାରର ରୂପାନ୍ତରୀକରଣ ତୁଚ୍ଛା ମିଛ ବାହାସ୍ପୋଟ ବୋଲି  ବିରୋଧୀ ମାନ ପ୍ରଶ୍ନ ଉଠାଉଥିବା ବେଳେ ଏହାକୁ ସ୍ୱୀକାର କରିଛନ୍ତି ରୋହିତ୍ । କେବଳ ବିଦ୍ୟାଳୟରେ ଶିକ୍ଷକ ନଥିବା କଥା ସ୍ୱୀକାର କରି ନାହାନ୍ତି ବରଂ ଡାକ୍ତରଖାନାରେ ଡାକ୍ତର ନଥିବାକୁ ମଧ୍ୟ ସ୍ୱୀକାର କରିଛନ୍ତି । ଆଉ ରୋହିତଙ୍କ ଏହି ବୟାନ୍ ରୂପାନ୍ତରୀକରଣ ନାରାରେ ଶକ୍ତ ଚଟକଣା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
BJD MLA Rohit Pujari admitted the mistake | Argus News