Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାନସଭାରେ ଆଲୋଚନା ବେଳେ ବିଜେଡି ବିଧାୟକଙ୍କ ବିତଣ୍ଡା ଯୁକ୍ତି 

Smruti Parija
Browse all articles by Smruti Parija
·1 year ago·1 min read
ବିଧାନସଭାରେ ଆଲୋଚନା ବେଳେ ବିଜେଡି ବିଧାୟକଙ୍କ ବିତଣ୍ଡା ଯୁକ୍ତି 

ଭୁବନେଶ୍ୱର: ବିଜେଡି ବିଧାୟକଙ୍କ ପରାମର୍ଶ ନାଥୁରାମ ଗଡସେଙ୍କ ନାଁରେ ବିଶ୍ବ ବିଦ୍ୟାଳୟ ଖୋଲାଯାଉ । ବିଧାନସଭାରେ ଆଲୋଚନା ବେଳେ ଏଭଳି ବିତଣ୍ଡା ଯୁକ୍ତି କରିଛନ୍ତି ବିଜେଡି ବିଧାୟକ ଶାରଦା ଜେନା ।  ଆଜି ରେଭେନ୍ସା ବିଶ୍ବ ବିଦ୍ୟାଳୟ ପ୍ରସଙ୍ଗରେ ଆଲୋଚନା ବେଳେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ। 

ବିଧାନସଭାରେ ରେଭେନ୍ସା ନାମ ପରିବର୍ତ୍ତନ ବିତର୍କ ପାଇଁ ଆହ୍ବାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାକୁ ନେଇ ଯେଉଁ ବ୍ୟକ୍ତିଗତ ମତ ଦେଇଛନ୍ତି ତାକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଯିଏ ଦିନେ ରିମୋଟରେ ଚାଲୁଥିଲେ ସେ କଣ କହିବେ ? ରେଭେନ୍ସା କୁ ନେଇ ଅନେକ କଥା ରହିଛି । ଓଡ଼ିଶାର ଇତିହାସ ମହାନ୍ । ଅନେକ ବରପୁତ୍ର ଅଛନ୍ତି। ଯଦି ବରପୁତ୍ରଙ୍କ ନାମରେ ରେଭେନ୍ସା ନାମିତ ହେଲେ ଅସୁବିଧା କେଉଁଠି ? ତାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ସେନେଇ ବିତର୍କ ହେବାର ଆବଶ୍ୟକତା ରହିଛି । 

ଯିଏ ଆମ ରାଜ୍ୟକୁ କବଳିତ କରି ଲୁଣ୍ଠନ କରୁଥିଲେ ତାଙ୍କ ନାମ ରହିବା ଦରକାର ନା ଆମ ଗର୍ବ ଓ ଗୌରବ ମାନଙ୍କ ନାମ ରହିବା ଦରକାର, ତାକୁ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।  ସେପଟେ ରେଭେନ୍ସା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
bjd-mla-sarada-jena-suggested-that-to-form-a-new-university-in-nathuram-gadse-name | Argus News