Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ବିଧାୟକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ବିଧାୟକ

ଅର୍ଗସ ବ୍ୟୁରୋ: ମହିଳାଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେଡି ବିଧାୟକ। ଉତ୍ତର ଦେବା ବଦଳରେ  କ୍ୟାମେରା ଆଗରେ କିଛି କହିବିନି କହି ଚାଲିଗଲେ ।  ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ମାଣ ହେବାକୁ ଥିବା ମେଗା ପାନୀୟ ଜଳର ବୋରୱେଲ ଶୁଭଦେବାକୁ ଆସିଥିବା ବେଳେ ଏଭଳି ହଟହଟା ହୋଇଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ  ପୂର୍ବତନ ନବୀନ ସରକାରଙ୍କ ଦ୍ୱାରା ତିନି ହଜାର ଟଙ୍କା ଦିଆଯାଇଥିଲା, ହେଲେ ବାଲିସାହିପାଟଣା ପଞ୍ଚାୟତର ମହିଳା ଗୋଷ୍ଠୀକୁ କାହିଁକି ଟଙ୍କା ମିଳିନଥିଲା ବୋଲି ପ୍ରଶ୍ନ କରିଥିଲେ ।

ଜବାବରେ ବିଧାୟକ ଧ୍ରୁବ ସାହୁ  ଯେଉଁ ଟଙ୍କା ସରକାର ଦେଇଛନ୍ତି ସେହି ଟଙ୍କା  ବିଷୟରେ କହିପାରିବି ଅନ୍ୟ କୌଣସି ଟଙ୍କା ବିଷୟରେ କହିପାରିବିନାହିଁ  ଆମେ ଏ ବିଷୟରେ ପରେ କଥା ହେବା କହି ଚାଲିଗଲେ । ଏଠି ପ୍ରଶ୍ନ, ନିର୍ବାଚନ ସମୟରେ ମହିଳା ଗୋଷ୍ଠୀ ମାଧ୍ୟମରେ ମହିଳାଙ୍କୁ ମିଳୁଥିବା ଟଙ୍କା କିଏ ଦେଉଥିଲା ?  ତାହା କ'ଣ ସରକାରୀ ଟଙ୍କା ନଥିଲା କି ? ଯଦି ସରକାରୀ ଟଙ୍କା ନଥିଲା ତାହା କେଉଁ ଟଙ୍କା ଥିଲା ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
BJd MLA tension for women's question | Argus News