Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪୦ ଜଣିଆ ବିଜେଡି ଷ୍ଟାର ପ୍ରଚାରକ ତାଲିକା, ପ୍ରଥମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ

Banajyotshna Ray
Browse all articles by Banajyotshna Ray
·2 years ago
୪୦ ଜଣିଆ ବିଜେଡି ଷ୍ଟାର ପ୍ରଚାରକ ତାଲିକା, ପ୍ରଥମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ

ଅର୍ଗସ ବ୍ୟୁରୋ:  ଆସିଲା ୪୦ ଜଣିଆ ବିଜେଡି ଷ୍ଟାର ପ୍ରଚାରକ ତାଲିକା । ତାଲିକାର ପ୍ରଥମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ଥିବା ବେଳେ ଦ୍ୱିତୀୟରେ ପାଣ୍ଡିଆନ ଓ ତୃତୀୟରେ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରହିଛି । ଦେବୀ ମିଶ୍ର, ରାଜା ସ୍ୱାଇଁ, ଚନ୍ଦ୍ର ଶେଖର ସାହୁ, ଅଶୋକ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁଙ୍କ ପରି ଲିଡରଙ୍କ ନାଁ ରହିଛି । ତାଲିକାରେ ରହିଛନ୍ତି ଚାରି ବିବାଦୀୟ ନେତା । ପ୍ରତାପ ଜେନା, ଅରୁଣ ସାହୁ, ରାଜା ସ୍ୱାଇଁ, ସୁଶାନ୍ତ ସିଂଙ୍କ ପରି କଳଙ୍କିତ ଚେହେରାଙ୍କୁ ସାମିଲ କରି ପରୋକ୍ଷରେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତ ପରିବାରକୁ ପ୍ରତାରିତ କରିଛି ବିଜେଡି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Names Naveen Patnaik As Star Campaigner | Argus News