'ନୂଆ-ଓ’ର ନୂଆ ରାଜନୀତି

ଅର୍ଗସ ବ୍ୟୁରୋ : ପୁଣି ତାମିଲ ବାବୁଙ୍କ ନୂଆ ଚାଲାକି । ୧୮ ବର୍ଷ ଉପର ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତିରେ କଲେ ସାମିଲ । କିନ୍ତୁ ୧୮ ବର୍ଷ ତଳର ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତିରେ କଲେ ନାହିଁ ସାମିଲ । ଯାହାକୁ ନେଇ ଆରମ୍ଭ ହେଲାଣି ରାଜନୀତି । ନୂଆ-ଓ’ର ନୂଆ ରାଜନୀତି । ପୁଣି ରାଜ୍ୟବାସୀଙ୍କ ଦେଖାଇଦେଲେ ତାମିଲ ସାଶନର ଝଲକ । ୧୮ ବର୍ଷ ଉପର ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତିରେ କଲେ ସାମିଲ । କିନ୍ତୁ ୧୮ ବର୍ଷ ତଳର ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତିରେ କଲେ ନାହିଁ ସାମିଲ । ଯାହାକୁ ନେଇ ତେଜୁଛି ରାଜନୀତି ।
ଗତ କାଲି ଯାଜପୁର ଗସ୍ତରେ ଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଏବଂ ଯାଜପୁର ଏନସି କଲେଜରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଉ ସେଠି ସବୁ ଗଡ଼ବଡ଼ କରିଦେଲେ ତାମିଲ ବାବୁ । ନୂଆ-ଓ’ ଛାତ୍ରବୃତ୍ତିରେ ନାହାନ୍ତି +୨ ପିଲା ! ଛୋଟପିଲା ବୋଲି ଭଣ୍ଡେଇ ଦେଲେ କି ରାଜ୍ୟ ସରକାର ? ନୂଆ କରି କଲେଜରେ ପାଠ ପଢ଼ୁଥିବା +୨ ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ହେଲେ +୨ ପିଲାଙ୍କ ପାଇଁ ହଜାରେ ଟଙ୍କା ବି ଘୋଷଣା କଲେନି ମୁଖ୍ୟମନ୍ତ୍ରୀ, କି ୫ଟି ଅଧ୍ୟକ୍ଷ ମଧ୍ୟ ଦେଲେ ନାହିଁ କୌଣସି ସୂଚନା ।
📱 Get Argus News App
✨ଗତକାଲି ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ସେ ମଞ୍ଚ ଉପରୁ କହିଛନ୍ତି । ହେଲେ ସେହି ଗୋଟିଏ କଲେଜରେ ଛୋଟ ବଡ଼ ଭାଇ-ଭଉଣୀ ଭାବେ ପାଠ ପଢ଼ୁଥିବା +୨ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇନଥିବା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଲାଣି । କୁହାଯାଉଛି ଯେ, ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛି ବିଜେଡ଼ି । ‘ନୂଆ-ଓ’ ଛାତ୍ରବୃତ୍ତି ନାଁରେ ଏହା ନିର୍ବାଚନ ଥୋପ ବୋଲି କୁହାଯାଉଛି । କାରଣ +୨ରେ ପାଠ ପଢ଼ୁଥିବା ପିଲା ସାବାଳକ ନୁହଁନ୍ତି , ସେମାନେ ନାବାଳକ । ହେଲେ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀମାନେ ୧୮ ବର୍ଷ ଅତିକ୍ରମ କରିଥିବାରୁ ନୂଆ ଭୋଟ୍ ହାତେଇବାକୁ ଶାସକ ଦଳ ଏହି ନିର୍ବାଚନୀ ଗୋଟି ଖେଳିଥିବା କୁହାଯାଉଛି ।