Videos
|
Odisha

ଧରାପଡ଼ିଲା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଡାହା ମିଛ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଧରାପଡ଼ିଲା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଡାହା ମିଛ
  • ଧରାପଡ଼ିଲା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଡାହା ମିଛ
  • NH 55ର 3 ବର୍ଷ ପୁରୁଣା ଫଟୋ କରିଥିଲେ ପୋଷ୍ଟ
  • ରାଜନୈତିକ ସ୍ବାର୍ଥ ପାଇଁ ବବିଙ୍କ ହୀନ ଉଦ୍ୟମର ପର୍ଦ୍ଦାଫାସ
  • ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ବିଜେଡି କରିଛି ପ୍ରୟାସ
  • ମିଛୁଆ ବବିଙ୍କଠୁ ବଳିଗଲା ବିଜେଡି ମୁଖପାତ୍ରଙ୍କ ଉଦ୍ଭଟ ଯୁକ୍ତି
  • ଯଦି NH 55 ଯୋଗୁଁ ଲକ୍ଷ୍ମୀ ବସ ହୋଇଯାଉଛି ଖରାପ
  • ରାସ୍ତା ନଥିବାରୁ କେତେ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ ଦେବେ କି ହିସାବ ?

ଅର୍ଗସ ବ୍ୟୁରୋ: ଏକ୍ସରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କରିଥିବା ଏ ପୋଷ୍ଟକୁ ଭଲ ଭାବେରେ ଦେଖନ୍ତୁ। ଏଥିରେ ଏନଏଚ୍ 55ର ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା 3ବର୍ଷ ତଳର। 2021 ସେପ୍ଟେମ୍ବର 9ରେ ଏହି ଖବର ଏକ ୱେବସାଇଟରେ ଏହି ଫଟୋ ପ୍ରକାଶ ପାଇଥିଲା। 2021ରେ ଯେଉଁ ସ୍ଥାନରେ ଏହି ଫୋଟ ନିଆଯାଇଥିଲା ଏ ହେଉଛି ତାର ବର୍ତ୍ତମାନର ଚିତ୍ର। ସଜ ମାଛରେ କିପରି ପୋକ ପକାଯାଏ ତାହା ବବି ଦାସଙ୍କଠାରୁ ଶିଖିବା କଥା। ରାଜନୈତିକ ସ୍ବାର୍ଥ ପାଇଁ ବିଜୁ ଜନତା ଦଳର ଏହି ତୁଙ୍ଗନେତା କେତେ ନୀଚ୍ଚସ୍ତରକୁ ଯାଇପାରନ୍ତି ଇଏ ହେଉଛି ତାର ପ୍ରମାଣ।

ନିର୍ବାଚନ ସମୟରେ ଫେକ୍ ଫଟୋ ଦେଖାଇ ମିଛ ପ୍ରଚାର କରିବା ନିର୍ବାଚନ ଆଚରଣବିଧିର ଉଲଂଘନ। ସମ୍ବଲପୁରରୁ ପରାଜୟ ଭୟରେ ପ୍ରଣବ ପ୍ରକାଶ ଏପରି ମିଛର ସାହାରା ନେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଜଣଙ୍କ ମିଛ ପ୍ରଚାରର ସାଥ୍ ଦେବାକୁ ମଇଦାନକୁ କୁଦିପଡ଼ଲେ ବିଜେଡି ଆଉ ଜଣେ ବାହାପିଆ ମୁଖପାତ୍ର। କହିଲେ ଜାତୀୟ ରାଜପଥ 55 ଯୋଗୁଁ କୁଆଡେ୍ ଭାରତ ବିଖ୍ୟାତ ଲକ୍ଷ୍ମୀ ବସଗୁଡ଼ିକ ଚଳାଚଳରେ ଅସୁବିଧା ହେଉଛି ।  ଯୋଜନାର ବସଗୁଡିକ ଖରାପ ହୋଇଯାଉଛି। ହେଲେ ସସ୍ମିତ ବାବୁ ହିସାବ ଦେବେ କି ରାସ୍ତା ନଥିବା ଯୋଗୁଁ ଓଡ଼ିଶାର କେତେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି।

ସମ୍ବଲପୁର-ଅନୁଗୁଳ- କଟକ 55 ନମ୍ବର ଜାତୀୟ ରାଜପଥର 262 କିଲୋମିଟରରୁ 220 କିଲୋମିଟର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇସାରିଛି। ଅର୍ଥାତ 83 ପ୍ରତିଶତ ରାସ୍ତା କାମ ଶେଷ ହୋଇଛି। ଯେଉଁ ରାସ୍ତା ହୋଇପାରିନି ସେଥିରେ  ବାଧକ ସାଜିଛି ଜଙ୍ଗଲ ଜମି ଅନୁମତି। ଯାହାକି ରାଜ୍ୟ ସରକାରଙ୍କ ଅଧିନରେ। ଏବେ ପ୍ରଶ୍ନ ଉଠୁଛି ସତ ଧରାପଡ଼ିବା ପରେ ଯଦି ଟିକିଏ ବି ଲଜ୍ଜା ବାକିଅଛି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ପ୍ରାର୍ଥନା କରିବେ କି ପ୍ରଣବ ପ୍ରକାଶ ଦାସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
BJd organizational editor was caught lying | Argus News