Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ମହାପ୍ରଭୁଙ୍କୁ ଅପମାନ

Odisha

ପୁଣି ମହାପ୍ରଭୁଙ୍କୁ ଅପମାନ

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ମହାପ୍ରଭୁଙ୍କୁ ଅପମାନ

ପୁଣି ମହାପ୍ରଭୁଙ୍କୁ ଅପମାନ 
ମହାପ୍ରଭୁଙ୍କୁ ନେଇ ହୀନ ରାଜନୀତି କରୁଛି ନବୀନ ସରକାର
ଶୀତ ରାତିରେ ମହାପ୍ରଭୁଙ୍କୁ ଅଳିଆ ଗଦା ପାଖରେ ଥୋଇ ଚାଲିଗଲେ ନବୀନଙ୍କ ନେତା
 

ଅର୍ଗସ ବ୍ୟୁରୋ : ଯେଉଁଠି ତୁଳସୀ ଚନ୍ଦନ ବାସ ହେବା କଥା, ସେଠି ଅଳିଆ ଦୁର୍ଗନ୍ଧରେ ଫାଟି ପଡ଼ୁଛୁ ସାରା ଏରିଆ । ଆଉ ଏ ଦୁର୍ଗନ୍ଧ କାରଣ ସାଜିଛି ନବୀନ ସରକାର । ଭୁଲି ଗଲେ ମହାପ୍ରଭୁଙ୍କ ସ୍ତାନ । ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲୁଥିବା ପ୍ରକଳ୍ପ ରଥକୁ ବିଭିନ୍ନ ସ୍ଥାନରେ ଅସମ୍ମାନ କରୁଥିବା ଦେଖିବାକୁ ମିଳିଛି । କେଉଁଠି ଜଗନ୍ନାଥଙ୍କ ଫଟୋ ଚିତ୍ର ଉପରେ ବିଜେଡି କର୍ମୀ ଗୋଡ ରଖିଥିବା ଦେଖିବାକୁ ମିଳିଛି । ଆଉ କେଉଁଠି ଜଗନ୍ନାଥଙ୍କ ମୁରୁଜ ଉପରେ ଗୋଡ ରଖିଛନ୍ତି ବିଜେଡି ନେତା । ଆଉ କେଉଁଠି ଜୋତା ପିନ୍ଧି ହେଉଛି ଅରୁଆ ଚାଉଳ ସଂଗ୍ରହ । ଭୁବନେଶ୍ବରର ଅଳିଆଗଦା ପାଖରେ ଥୁଆ ହୋଇଛି ଅର୍ପଣ ରଥ । ଆପଣ ଏ ଦୃଶ୍ୟକୁ ଦେଖିଲେ ଠିକ୍ ଜାଣି ପରିବେ ।

 

ଆଉ ରାଜ୍ୟ ସରକାର ଭୁଲିଗଲେ ମହାପ୍ରଭୁ ହେଉଛନ୍ତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ମଉଡ଼ । ଆଉ ଅଳିଆ ଗଦା ପାଖରେ ମହାପ୍ରଭୁଙ୍କୁ ଛାଡ଼ି ପଳାଇଲେ ବିଜେଡ଼ି ନେତା ଓ କର୍ମୀ । ଆଉ ଏ ମହା ପାପ କରିଛନ୍ତି ନବୀନ ସରକାର । ଏ ଦୃଶ୍ୟକୁ ଯିଏ କେହିବି ଦେଖିବ, ତାକୁ ନିଶ୍ଚିତ ବାଧିବ । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କିଭଳି ଅସମ୍ମାନ କରାଯାଉଛି, ତାହା ଏ ଦୃଶ୍ୟରୁ ବେଶ ଅନୁମାନ କରିହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟିଏ ପଟେ ରାଜ୍ୟ ସରକାର ପୁରୀ ମନ୍ଦିରକୁ ସାରା ବିଶ୍ବରେ ପରିଚିତ କରୁଥିବା ଡ଼ିଣ୍ଡିମ ପିଟୁଛନ୍ତି । କିନ୍ତୁ ଏପଟେ ଭୁଲିଗଲେ ଓଡ଼ିଆ ମଉଡ଼ ମଣିଙ୍କ କଥା । ଯାହାଙ୍କ ଲାଗି ସାରା ବିଶ୍ବର ପରିଚିତ ପାଇଛି ଆମ ରାଜ୍ୟ ଓଡ଼ିଶା । କିନ୍ତୁ ତାଙ୍କୁ ଆଜି ଅସମ୍ମାନ କରାଯାଇଛି । ଏହି ପାପ କରିଛି ନବୀନ ସରକାର । ରାଜ୍ୟ ସରକାର କେବଳ ଅର୍ପଣ ରଥ ନାରେ ନିଜର ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ.......

ଏଠି ପ୍ରଶ୍ନ ଉଠୁଛି... କଣ ପାଇଁ ସାରା ରାଜ୍ୟରେ ବୁଲୁଛି ପରିକ୍ରମା ରଥ ?  କଣ ପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆବେଗ ସହ ଖେଳୁଛନ୍ତି ରାଜ୍ୟ ସରକାର ? ଯଦି ମହାପ୍ରଭୁଙ୍କୁ ସମ୍ମାନ କରି ପାରିବେନି କଣ ପାଇଁ ଅପମାନ କରିବେ ?  ଆଉ କେତେ ମହାପ୍ରଭୁଙ୍କୁ ଅପମାନ କଲେ ମନ ବିଝିବ ବିଜେଡ଼ିର ସରକାରର ?

ଏବେ ସାରା ରାଜ୍ୟରେ ଗଡ଼ୁଛି ଅର୍ପଣ ରଥ । ଅର୍ପଣ ରଥ ତ ନୁହେଁ ଲାଗୁଛି ବିଜେଡ଼ି କରୁଛି ଦଳୀୟ ପ୍ରଚାର । କାରଣ ଯେଉଁ ପରି ଭାବରେ ଅର୍ପଣ ରଥକୁ ନୀଳ ରଙ୍ଗରେ ରଙ୍ଗାଯିବା ସହ ବିଜେଡ଼ି ନେତାଙ୍କ ଫଟୋ ଲାଗୁଛି ଯିଏ ଦେଖିବ ସିଏ କହିହ, ବିଜେଡ଼ି କରୁଛି ଦଳୀୟ ପ୍ରଚାର । କିନ୍ତୁ ଦଳୀୟ ପ୍ରଚାର ଭିତରେ ବଳି ପଡ଼ିଗଲେ ଆମ କାଳିଆ ଠାକୁର । ଶୀତ ରାତିରେ ରାଜ ରାସ୍ତାରେ ମହାପ୍ରଭୁଙ୍କୁ ଅଳିଆ ଗଦା ପାଖରେ ଛାଡ଼ି ପଳାଇଲେ ବିଜେଡ଼ି ସରକାର । ଏଭଳି ବିଚଳିତ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବରର ଲକ୍ଷ୍ମୀସାଗର ଗଣେଶ ମଣ୍ଡପ ନିକଟରେ, ଆଉ ଡ଼ଷ୍ଟବିନ୍ ପାଖରେ ଥୁଆ ହୋଇଛି ଜଗନ୍ନାଥଙ୍କ ଅର୍ପଣ ରଥ । ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଥିବା ବେଳେ ଖୋଲା ଆକାଶ ତଳେ ମହାପ୍ରଭୁ ଗାଡି ଉପରେ ବସିଛନ୍ତି । ଯିଏ ଦେଖିବ ସେ କହିକ ଛି ଏ ସରକାରକୁ ।


 

Painting
Sponsored
bjd parikrama ratha issue | Argus News