Videos
|
Odisha

ସୀମା ଟପିଲା ବିଜେଡି ନେତାଙ୍କ ଔଦ୍ଧତ୍ୟ, ପ୍ରହସନ ପାଲଟିଲା ମା'କୁ ସମ୍ମାନ ନାରା

Jitendra Dash
Browse all articles by Jitendra Dash
·2 years ago·2 min read
ସୀମା ଟପିଲା ବିଜେଡି ନେତାଙ୍କ ଔଦ୍ଧତ୍ୟ, ପ୍ରହସନ ପାଲଟିଲା ମା'କୁ ସମ୍ମାନ ନାରା

ଅର୍ଗସ ବ୍ୟୁରୋ : ସୀମା ଟପିଲା ବିଜେଡି ନେତାଙ୍କ ଔଦ୍ଧତ୍ୟ । ପ୍ରହସନ ପାଲଟିଲା ମା'କୁ ସମ୍ମାନ ନାରା । ମହିଳା ସମ୍ମାନଙ୍କୁ ନେଇ ବଡ ବଡ କଥା କହୁଛି ବିଜେଡି । କିନ୍ତୁ କାମରେ ସବୁ ଓଲଟା । ହୋ ହାଲ୍ଲା, ପାଟି ତୁଣ୍ଡ ଓ ମାଡ଼ ଗୋଳ । ପୁଣି ଉଡ଼ିଲା ମା'କୁ ସମ୍ମାନର ଧଜିଆ । ଏଭଳି କାଣ୍ଡ ରଚିଲେ ଖୋଦ୍ ବିଜେଡ଼ି ବିଧାୟକ ତଥା ବିଜେଡ଼ି କୃଷିମନ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ବିଜେଡି କାର୍ଯ୍ୟାଳୟରେ । ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି ଖୋଦ ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ତା ପୁଣି ନିଜ ଅସୁବିଧା ନେଇ ଗୁହାରି କହିବାକୁ ଆସିଥିବାବେଳେ ବିଧାୟକ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଛନ୍ତି । 

ଏମିତିକି ମାଡ଼ ମାରି ତଡ଼ିଦେବାକୁ ନିଜ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଠଗଡ଼ ବ୍ଲକ ଗୋପାଳପ୍ରସାଦ ଗାଁର ସଞ୍ଜୁକ୍ତା ରାଉତ ଏବଂ ତାଙ୍କ ପୁଅ ଟୁକୁନା ରାଉତ ଗୁହାରୀ କରିବା ପାଇଁ କୃଷିମନ୍ତ୍ରୀଙ୍କ ବିଜେଡି କାର୍ଯ୍ୟାଳୟକୁ ଆସିଥିବାବେଳେ ଏଭଳି ଘଟଣା ଘଟିଛି । ମହିଳାଙ୍କୁ ଅଶ୍ଲିଳ ଭାଷା କହିବାରୁ ମହିଳାଙ୍କ ପୁଅ ଟୁକୁନା ରାଉତ ମନ୍ତ୍ରୀଙ୍କୁ ଭାଷା ସଂଯତ କରି କଥାବାର୍ତ୍ତା କରିବା ପାଇଁ କହିଥିଲେ । 

ଏହା ପରେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀଙ୍କ କର୍ମୀମାନେ ତାଙ୍କୁ ମାଡ ମାରି ଘଉଡାଇ ଦେଇଥିଲେ । କାର୍ଯ୍ୟାଳୟ ଭିତରୁ ତଡିବା ପରେ ମା' ପୁଅ ପ୍ରାୟ ଏକ ଘଣ୍ଟା ଧରି ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଊଭୟେ ଗଣମାଧ୍ୟମକୁ ଯୋଗାଯୋଗ କରିବା ସମୟରେ ସେମାନଙ୍କଠାରୁ ଫୋନ ମଧ୍ୟ ଛଡ଼ାଇ ନିଆଯାଇଥିଲା । ଶେଷରେ ପୋଲିସ ବୁଝାସୁଝା କରିବା ପରେ ମା' ପୁଅ ସେଠାରୁ ଆସି ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ମହିଳା ସମ୍ମାନ ନେଇ ବଡ ବଡ କଥା କହୁଥିବା ବିଜେଡି ମୁଖିଆ ଆଠଗଡ ବିଧାୟକଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ନେବ । ନା ନିଜ ଦଳର କଥା ତଥା ନିଜ ଦଳର ମନ୍ତ୍ରୀ ବୋଲି ତାଙ୍କୁ ମାଫ୍ କରିଦେବେ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bjd political issues | Argus News