Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିର ସାମ୍ବାଦିକ ସମ୍ମିଳନୀ ଦେଖି ମତ ଦେବାକୁ ବାଧ୍ୟ ହେଉଛି

Odisha

ବିଜେଡିର ସାମ୍ବାଦିକ ସମ୍ମିଳନୀ ଦେଖି ମତ ଦେବାକୁ ବାଧ୍ୟ ହେଉଛି

Ritu Das
Browse all articles by Ritu Das
·2 years ago·1 min read
ବିଜେଡିର ସାମ୍ବାଦିକ ସମ୍ମିଳନୀ ଦେଖି ମତ ଦେବାକୁ ବାଧ୍ୟ ହେଉଛି

ଅର୍ଗସ ବ୍ୟୁରୋ: ବିଜେଡି କହୁଛି “ନୂଆ ନେତା ସୃଷ୍ଟି କରିପାରୁ ନାହିଁ” ବିଜେପି। 'ଲଜ୍ଜା ଓ ସରମ' ଥିଲେ ବିଜେଡିର ନେତାମାନେ ଏଭଳି ମନ୍ତବ୍ୟ ରଖନ୍ତେ ନାହିଁ । ବିଜେଡି ଜାଣିବା ଦରକାର, କଂଗ୍ରେସ ଦଳରୁ ଆମଦାନୀ ହୋଇଥିବା ୫୦ରୁ ଉର୍ଦ୍ଧ୍ୱ ଆଜି ତାଙ୍କ ଦଳର ବିଧାୟକ ବୋଲି ଗଣମାଧ୍ୟମକ ସଂଯୋଜକ ସୁଜିତ ଦାସ ଏକ୍ସରେ ବିଜେଡି ଉପରେ ବର୍ଷିଛନ୍ତି। 

ପୂର୍ବତନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ, ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ଓ ପ୍ରଦୀପ ମାଝୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ରୋହିତ ପୁଜାରୀ, ପୂର୍ବତନ ଜେଡିଏସ୍ ନେତା ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ଓଜିପି ନେତା ସଞ୍ଜୟ ଦାସବର୍ମା, ପୂର୍ବତନ କଂଗ୍ରେସ ବିଧାୟକ ନୃସିଂହ ସାହୁ, ନିଧି ସାମଲ, ବ୍ରଜ ପ୍ରଧାନ, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ମଙ୍ଗରାଜ, ପୂର୍ବତନ ଯୁବ କଂଗ୍ରେସ ମୁଖପାତ୍ର ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ, ଯୋଗେଶ ସିଂ, ସଞ୍ଜୀବ ମଲ୍ଲିକ, ଅମର ଶତପଥୀ, ଉତ୍କଳ ପରିଡା, ବିଧାୟକ ଜିତୁ ମିତ୍ର, ସୁଦାମ ମାରାଣ୍ଡି, ମନ୍ତ୍ରୀ ଶାରଦା ନାୟକ, ରୀତା ସାହୁ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର ଇତ୍ୟାଦି ଇତ୍ୟାଦି ।

ଆହୁରି ଅନେକ ଗଣି ହେଉଛି, ଲେଖିବାକୁ ଇଚ୍ଛା ହେଉନାହିଁ । ବିଜେଡି ଭାଷାରେ ‘ବାହାର ଦଳରୁ ଆମଦାନୀ ହୋଇଥିବା ଏହି ନେତାମାନେ ବିଜେଡିର ତଥାକଥିତ ନେତୃତ୍ୱରେ ଗଣା ହେଉଛନ୍ତି’ ନା ‘ବିଜେଡି ନିଜ ବଳରେ ପରିପୁଷ୍ଟ ଓ ଏହି ନେତାମାନେ କ୍ରୀତଦାସ’ ବୋଲି ସେ ଲେଖିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର

Raja Festival
Sponsored
BJD press conference | Argus News