Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର

ଅର୍ଗସ ବ୍ୟୁରୋ:  କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବା ସହ ଲୋକସଭା ରେ ଗୋଟିଏ ବି ଆସନ ନ ପାରିବା ପରେ ଏବେ କଂଗ୍ରେସ ପ୍ରଶଂସାରେ ଶତମୁଖ ବିଜେଡି ସାଂସଦ। ଇଣ୍ଡିମେଣ୍ଟ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ କିପରି ପ୍ରଶଂସାରେ ପୋତି ପକାଉଛନ୍ତି  ବିଜେଡି ରାଜ୍ୟସଭା ସାଂସଦ ।

ଦେବାଶିଷ ଙ୍କ ବୟାନ ରାଜ୍ୟ ରାଜନୀତି ରେ ନିଆଁ ଲଗାଇଥିବା ବେଳେ ଏଥିରେ ଘିଅ ଢ଼ାଳିଛନ୍ତି ବିଜେପ ବିଧାୟକ ଅଶ୍ବିନୀ ଷଢ଼ଙ୍ଗୀ । ଦିଲ୍ଲୀ କଂଗ୍ରେସ ରୁ ଯେଉଁ ନିର୍ଦେଶ ଆସୁଛି ରାଜ୍ୟରେ ବିଜେଡି ତାହା କରୁଛି ଓ ରାଜ୍ୟରେ ବିଜେଡି ଇସାରା ରେ କଂଗ୍ରେସ କାମ କରୁଥିବା ସେ କହିଛନ୍ତି । ଏପରିକି ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରି ପାରେ କହି ବିଜେଡି କୁ ଟାର୍ଗେଟ କରିଛନ୍ତି । ତେବେ ଦିଲ୍ଲୀରେ ଆମର କେହି ମାଷ୍ଟର ନାହାନ୍ତି କହି ବିଜେଡି ଏହାକୁ ଖଣ୍ଡନ କରିଥିବା ବେଳେ କଂଗ୍ରେସ କହିଛି ବିଜେପି ର ଅଭିଯୋଗ କପୋଳକଳ୍ପିତ ।

ଏହାରି ଭିତରେ ଜନାଦେଶକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ରାଜ୍ୟରେ ବିଜେପି ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନି ବୋଲି ବିରୋଧୀ ଦଳ ଉପନେତା ପ୍ରଶନ୍ନ ଆଚାର୍ଯ୍ୟ ଙ୍କ ବୟାନ କୁ କଡା କାଉଣ୍ଟର କରିଛନ୍ତି ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।  ପରାଜୟ ପରେ  ବିଜେଡି ହତୋତ୍ସାହିତ ହୋଇ ପଡିଛି ବୋଲି କହିଛନ୍ତି ସମୀର । ସମ ଦୁରତା  କଥା କହୁଥିବା ବିଜେଡି ର ବୟାନ ହଠାତ ବଦଳୁଛି କାହିକି ? ଚର୍ଚ୍ଚା ହେଉଛି ରାଜ୍ୟସଭାରେ ସାଂସଦ ଙ୍କୁ ନେଇ ଆତ୍ମରକ୍ଷା ପାଇଁ ଇଣ୍ଡିମେଣ୍ଟର ସାହାରା ନେବାକୁ ବିଜେଡି ଚାହୁଁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
BJD Rajya Sabha MP's statement was opened by secret | Argus News