Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BJD conflict / ନବୀନଙ୍କ ରାଜ୍ୟସଭା ଚିନ୍ତା,ଡାକିଲେ ବିଧାୟକଙ୍କ ବୈଠକ

Bikash Mohanty
Browse all articles by Bikash Mohanty
·4 months ago·2 min read
ନବୀନଙ୍କ ରାଜ୍ୟସଭା ଚିନ୍ତା,ଡାକିଲେ ବିଧାୟକଙ୍କ ବୈଠକ
BJD

Key Points

ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡିରେ ଟଣା ଓଟରା
ଅପରାହ୍ନ ୫ଟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ବିଜେଡି ସାଂସଦ ସସ୍ମିତ ପାତ୍ର କିଣିଛନ୍ତି ୬ ସେଟ୍ ଫର୍ମ

ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡି ଭିତରେ ଟଣା ଓଟରା । କିଏ ଯିବ ରାଜ୍ୟସଭା, ଆଉ କାହାକୁ ବାଛିବେ ଦଳର ସୁପ୍ରିମୋ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏନେଇ ଆଜି ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା ହୋଇଛି। ଅପରାହ୍ନ ୫ଟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟସଭା ନିର୍ବାଚନକୁ ନେଇ ବୈଠକରେ ହେବ ମାନସ ମନ୍ଥନ। 
ସେପଟେ ରାଜ୍ୟସଭା ନିର୍ବାଚନ ପାଇଁ ୬ ସେଟ ଫର୍ମ କିଣିଛି ବିଜେଡି। ବିଜେଡି ସାଂସଦ ସସ୍ମିତ ପାତ୍ର କିଣିଛନ୍ତି ୬ ସେଟ୍ ଫର୍ମ। ଏହା  ରାଜ୍ୟସଭା ନିର୍ବାଚନକୁ ଅଧିକ ରୋଚକ କରିଛି ବିଜେଡି । ଜଣେ ପ୍ରାର୍ଥୀଙ୍କ ପାଇଁ ତିନୋଟି ସେଟ ଫର୍ମ ଦରକାର ହେଉଥିବା କଣ ପାଇଁ  ୬ ସେଟ ଫର୍ମ କିଣିଛି ବିଜେଡ଼ି ତାକୁ ନେଇ ଏବେ ଯୋରଦାର ଆଲୋଚନା। 


ଓଡ଼ିଶାର ୪ଟି ରାଜ୍ୟସଭା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ପୁରା ଉଷ୍ମ। ପ୍ରତିଦିନ କିଛି ନା କିଛି ରାଜନୈତିକ ହଲଚଲ ହେଉଛି । ଏହିକ୍ରମରେ ଗୁରୁବାର ବିଜେଡି, ବିଜେଡି, କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ କିଛି ସଙ୍କେତ ଦେଇଥିଲେ । ଏହାପରେ ସଂଧ୍ୟାରେ ବିଜେଡିର ପିଏସି ବୈଠକ ବସିଥିଲା । ଯେଉଁଥିରେ ପ୍ରାର୍ଥୀଙ୍କ ନାମ ଉପରେ ବିଚାର ହେବା ପାଇଁ ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ବୈଠକ ପରେ ରାଜ୍ୟସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବ, ସେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେବେ ବୋଲି ବିଜେଡିର ବରିଷ୍ଠ ନେତା କହିଥିଲେ । ଏସବୁ ଭିତରେ ଶୁକ୍ରବାର ଦିନ ନବୀନ ନିବାସରେ ବସିବାକୁ ଯାଉଛି ବଡ଼ ବୈଠକ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ସମସ୍ତ ବିଧାୟକଙ୍କୁ ନବୀନ ନିବାସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନ ୫ଟାରେ ନବୀନ ନିବାସରେ ରାଜ୍ୟସଭା ନିର୍ବାଚନ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଆଗାମୀ ରାଜ୍ୟସଭା ନିର୍ବାଚନରେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ, ସେନେଇ ଚର୍ଚ୍ଚା ଏବଂ ଆଲୋଚନା ହେବାର ସମ୍ଭାବନା ରହିଛି । 

ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ବିଧାନସଭା ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା ଚାଲିଛି । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । 
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକିୟା, ବିଜେଡି ନେଲା ୬ ସେଟ୍ ଫର୍ମ​​​​​​​

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD conflict | BJD Rajya Sabha Race: Internal Tension Over Candidate Selection | Argus News