Rajya Sabha Election / ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକିୟା, ବିଜେଡି ନେଲା ୬ ସେଟ୍ ଫର୍ମ
·4 months ago·2 min read

Key Points
ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକିୟା
ବିଜେଡି ସାଂସଦ ସସ୍ମିତ ପାତ୍ର ନେଲେ ୬ ସେଟ୍ ଫର୍ମ
ସଂଖ୍ୟା ଗୋଟିଏ ପାଇଁ, କିନ୍ତୁ ୨ ପ୍ରାର୍ଥୀଙ୍କ ପାଇଁ କାହିଁକି ନେଲେ ଫର୍ମ ବଢିଲା ସସପେନ୍ସ

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ନାମାଙ୍କନ ପ୍ରକିୟା । ବିଜେଡି ସାଂସଦ ସସ୍ମିତ ପାତ୍ର ନେଲେ ୬ ସେଟ୍ ଫର୍ମ । ସଂଖ୍ୟା ଗୋଟିଏ , କିନ୍ତୁ ୨ ପ୍ରାର୍ଥୀଙ୍କ ପାଇଁ କାହିଁକି ନେଲେ ଫର୍ମ, ବଢିଲା ସସପେନ୍ସ । ପ୍ରାର୍ଥୀ ଚୟନ ପାଇଁ ବିଜେପି ଓ ବିଜେଡି ସହ କଂଗ୍ରେସ ବି ଚଳାଇଛି କସରତ ।
ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି ଓ ମୁନ୍ନା ଖାନ । ଖାଲି ହେଉଥିବା ଓଡ଼ିଶାର ଏହି ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ହେବ ହେବ ନିର୍ବାଚନ । ଏଥିପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଜିଠୁ ମାର୍ଚ୍ଚ ୫ ତାରିଖ ଯାଏଁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ରହିଛି ଶେଷ ଦିନ । ତେଣୁ ମାର୍ଚ୍ଚ ୫ ମଧ୍ୟରେ ଛୁଟି ଦିନ ବ୍ୟତୀତ ଦିନ ୧୧ ଟାରୁ ୩ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହୋଇ ପାରିବ ବୋଲି କହିଛନ୍ତି ରିଟର୍ଣ୍ଣିଂ ଅଫିସର ।
ସେପଟେ ୬ ସେଟ୍ ଫର୍ମ କିଣି ରାଜ୍ୟସଭା ନିର୍ବାଚନକୁ ଅଧିକ ରୋଚକ କରିଛି ବିଜେଡି । ଜଣେ ପ୍ରାର୍ଥୀଙ୍କ ପାଇଁ ତିନୋଟି ସେଟ୍ ଫର୍ମ ଦରକାର ହେଉଥିବା ବେଳେ ୬ ସେଟ୍ ଫର୍ମ କିଣିଛି ବିଜେଡି । ତେବେ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେପି ଖାତାକୁ ଦୁଇଟି ଆସନ ଯାଉଥିବା ବେଳେ ବିଜେଡି ଖାତାକୁ ଯାଉଛି ଗୋଟିଏ ଆସନ । ଚତୁର୍ଥ ଆସନକୁ ନେଇ ଛକାପଞ୍ଝା ଭିତରେ ବିଜେଡି ଦୁଇ ପ୍ରାର୍ଥୀଙ୍କ ପାଇଁ ଫର୍ମ କିଣି ସସପେନ୍ସକୁ ଅଧିକ ବଢାଇଛି । ଦଳରେ ସଂତୃପ୍ତ ମିଶ୍ର, ସୁଜାତା କାର୍ତ୍ତିକେୟାନ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଲେନିନ ମହାନ୍ତି ଓ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ନାଁକୁ ଚର୍ଚ୍ଚା ହେଉଥିବା ବେଳେ ଭୂପିନ୍ଦର ସିଂ ନିଜ ସପକ୍ଷରେ ଓକିଲାତି କରି ସୁପ୍ରିମୋଙ୍କ ଚିନ୍ତା ବଢାଇଛନ୍ତି ।
ପ୍ରାର୍ଥୀ ଚୟନ ପାଇଁ ବିଜେପି ଓ ବିଜେଡି ସହ କଂଗ୍ରେସ ବି ଚଳାଇଛି ଜୋରଦାର କସରତ । ଦୁଇ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହେବ ବୋଲି ବିଜେପି କହିଥିବା ବେଳେ ପିଏସି ବୈଠକରେ ମାନସ ମନ୍ଥନ କରିଛି ବିଜେଡି । କଂଗ୍ରେସ କହିଛି ୨୮ରେ ଦିଲ୍ଲୀରେ ନିଆଯିବ ନିଷ୍ପତ୍ତି ।
ସୁଜିତ କୁମାର, ମମତା ମହନ୍ତ, ନିରଞ୍ଜନ ବିଶି ଓ ମୁନ୍ନା ଖାନଙ୍କ ସ୍ଥାନରେ ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ? କାହାକୁ ପ୍ରାର୍ଥୀ ଭାବେ ବାଛିବ କେଉଁ ଦଳ । ଏମାନଙ୍କ ମଧ୍ୟରୁ କେହି ହେବେ କି ରିପିଟି । ତାକୁ ନେଇ ରାଜନୈତିକ ମହଲରେ ଲାଗି ରହିଛି କଳ୍ପନା ଜଳ୍ପନା ।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ,ବଢୁଛି ସସପେନ୍ସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories