Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ'

Smruti Parija
Browse all articles by Smruti Parija
·1 year ago·2 min read
'ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ'

ଭୁବନେଶ୍ୱର:  ନିର୍ବାଚନ ପରାଜୟ ପରେ ଫୁଟି ବାହାରୁଛି ବିଜେଡି ନେତାଙ୍କ ଅସନ୍ତୋଷ । ନବୀନଙ୍କ ପାଣ୍ଡିଆନ ପ୍ରୀତି ବିରୋଧରେ ସିଧା ନିଶାନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । କହିଲେ, ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ ପାଣ୍ଡିଆନଙ୍କୁ ନୁହେଁ । ଆଶା କରିଥିଲୁ ସବୁ ଦାୟିତ୍ବ ନେବେ । ବିଜୟର ଶ୍ରେୟ ଯେମିତି ନେଉଥିଲେ ପରାଜୟର ବି ଦାୟିତ୍ବ ନବୀନ ପଟ୍ଟନାୟକ ନେବା ଆବଶ୍ୟକ ବୋଲି ସେ କହିଛନ୍ତି । 

ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲଇଲେ ହିଁ ଦଳ ଚାଲିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ପାଣ୍ଡିଆନଙ୍କୁ ଆମେ ନେତା ବାଛିନଥିଲୁ । ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ । ସେ ଜବାବ ଦେବା ଦରକାର କାହିଁକି ଆଜି ଏ ପରିସ୍ଥିତି ସୃଷ୍ଟି ହେଲା ବୋଲି କହି ସିଧା ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ଅମର ।

ସେପଟେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ପ୍ରତିକ୍ରିୟା ରଖି ସମ୍ବିତ କହିଛନ୍ତି ବରିଷ୍ଠ ନେତା ଅମର ଶତପଥି ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ କଥା । ଜଣେ ଅନୁଭବି ନେତା ଭାବେ ତାଙ୍କର ମତାମତ ସେ ରଖିଛନ୍ତି । ଯାହା କହୁଛନ୍ତି ଠିକ ମଧ୍ୟ କହୁଛନ୍ତି କିନ୍ତୁ ସଭାପତି ଜିଲ୍ଲା ୱାରି ସମୀକ୍ଷା କରିଛନ୍ତି । ବିଭିନ୍ନ ନେତା ମାନଙ୍କୁ ନେଇ କମିଟି ଗଠନ କରାଯାଇ ବୈଠକ ମଧ୍ୟ ହେଉଛି । ଆପାତତହ ସଭାପତି ବର୍ତ୍ତମାନ ସବୁଥିରେ ଚେଷ୍ଟା କରୁଛନ୍ତି କଣ କଣ ହେଇଛି କଣ ନାହିଁ ବୁଝିବା ପାଇଁ । ଆମେ ସମସ୍ତେ ଗୋଟିଏ ମାଳାରେ ଗୁନ୍ଥା ହେଉଛୁ ସେଇଟା ହେଉଛି ନବୀନ ମାଳା । କେଉଁଠି କିଛି ନେତା-ନେତା ମଧ୍ୟରେ ଯାହା ଅଛି ଦଳର ସଭାପତି ତାକୁ ଦୃଷ୍ଟି ଦେବେ ବୋଲି ମୋର ଆଶା ବିଶ୍ଵାସ ଅଛି । ତେଣୁ ଅଧିକ ବ୍ୟତି ବ୍ୟସ୍ତ ହେବା ଆବଶ୍ୟକ ନାହିଁ ବୋଲି କହିଲେ ସମ୍ବିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର... 

Sponsored
bjd-senior-leader-amar-sathpathy-express-unstatishfied-over-party-work-and-naveen-pattnaik | Argus News