Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାଲିକାରେ ନା ନାହିଁ, ଆମେ ରହିବୁ କାହିଁପାଇଁ ?

Smruti Parija
Browse all articles by Smruti Parija
·2 years ago·2 min read
ତାଲିକାରେ ନା ନାହିଁ, ଆମେ ରହିବୁ କାହିଁପାଇଁ ?

Key Points

  • ପ୍ରାର୍ଥୀ ଘୋଷଣା ହେଲା
  • ବିଜେଡି ଛାଡିଲେ ବରିଷ୍ଠ 

ଅର୍ଗସ ବ୍ୟୁରୋ: ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ପରେ ଯାହା ହେଲା, ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପରେ ବି ସେଇଆ ହେଲା । କାରଣ ଏବେ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ବିଜେଡି । ସିଏ ପୁଣି ହେଭିଓ୍ବେଟ୍ ନେତା । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ,  ଦିନକୁ ଦିନ ବଢୁଛି ଦଳୀୟ କନ୍ଦଳ । 

ତାଲିକାରେ ନା ନାହିଁ, ଆମେ ରହିବୁ କାହିଁପାଇଁ ?
ଧଡାଧଡ ଦେଉଛନ୍ତି ଇସ୍ତଫା

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିଜେଡି ରାଜନୀତି ସେତିକି ସେତିକି ଗୋଳିଆ ହୋଇ ପଡୁଛି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ । ଏହାରି ଭିତରେ ନଜର ପକାନ୍ତୁ ବିଜେଡି ଛାଡିଲେଣି କେଉଁ କେଉଁ ନେତା ?

ଟିକେଟ ନପାଇବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ସୋରରୁ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ୍ ଦେଇଛି । ଫଳରେ ଦଳ ଟିକେଟ୍ ନଦେବାରୁ ଇସ୍ତଫା ଦେଇଛନ୍ତି ପର୍ଶୁରାମ । ଗତକାଲି ମାଧବଙ୍କ ନାଁରେ ମୋହର ମାରିଥିଲା ଦଳ । ୨୦୧୪ ଏବଂ ୨୦୧୯ ରେ ବିଜେଡି ଟିକେଟରୁ ସୋର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ ଧଡ଼ା । କୌଣସି ଦଳରୁ ଲଢ଼ିବି ନା ସ୍ବାଧୀନ, ଲୋକ ଓ ସମର୍ଥକଙ୍କ ପରାମର୍ଶ ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଧଡ଼ା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖାଲି ପର୍ଶୁରାମ କାହିଁକି ? ବରଂ ବିଜେଡିରୁ ଇସ୍ତଫା ଦେଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ୨୪ ନିର୍ବାଚନରେ କୌଣସି ଦଳକୁ ନଯାଇ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବାକୁ କରୁଛନ୍ତି ପ୍ରସ୍ତୁତି । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଦେବେନ୍ଦ୍ର ଫୁଲବାଣୀ ଆସନରେ ବିଜେଡି ବିଧାୟକ ଥିଲେ ।

ଖାଲି ଏ ଦୁଇଜଣ ନୁହନ୍ତି ବରଂ ବିଜେଡି ସୁପ୍ରିମୋ ଜଗତସିଂହପୁର ବିଧାନସଭା ପାଇଁ ପ୍ରଶାନ୍ତ ମୁଦୁଲିଙ୍କ ନାଁରେ ମୋହର ମାରିବା ପରେ ଛାତ୍ର ଜୀବନରୁ ବିଜେଡିରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଅମରେନ୍ଦ୍ରଙ୍କୁ ଟିକେଟ ନ ମିଳିବାରୁ ସେ ଦଳ ଛାଡ଼ିଛନ୍ତି । 

ମୋଟ୍‌ ଉପରେ, ବିଜେଡିରେ ଏବେ ଟିକେଟ୍‌କୁ ନେଇ କେଁ ରହିଛି । ତେଣୁ ଯାହାକୁ ମିଳୁନି ସେ ଦଳ ଛାଡୁଛନ୍ତି । ଆଗାମୀ ଦିନରେ ପୁଣି ଥରେ ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି । ଆଉ ସମୟ କହିବ ପୁଣି କେଉଁମାନେ ଛାଡୁଛନ୍ତି ଦଳ ।

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
bjd-senior-leader-quits-bjd | Argus News