Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବିଜେଡ଼ି ଢୋଲ ଭିତରେ ମୂଷା ଉପାଖ୍ୟାନକୁ କାଉଣ୍ଟର

Smruti Parija
Browse all articles by Smruti Parija
·2 years ago·1 min read
 ବିଜେଡ଼ି ଢୋଲ ଭିତରେ ମୂଷା ଉପାଖ୍ୟାନକୁ କାଉଣ୍ଟର

ଭୁବନେଶ୍ୱର:  ବିଜେଡ଼ି ଢୋଲ ଭିତରେ ମୂଷା ଉପାଖ୍ୟାନକୁ କାଉଣ୍ଟର । ଦଳ ବିରୋଧୀ ତତ୍ତ୍ଵଙ୍କ ବିରୋଧରେ ବାହାରିଲେ ବରିଷ୍ଠ ନେତା । ଗଛ ଅଛି, ପତ୍ର ଝଡିଛି । ପାଣି ଦେଲେ ପୁଣି କଅଁଳିବ । କିନ୍ତୁ କିଛି ଲୋକ ତାକୁ ନକରି ଗଛ କାଟିବାକୁ ଚେଷ୍ଟା କରନ୍ତି । ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛି ତାହା ବ୍ୟକ୍ତିଗତ । କିନ୍ତୁ ଦଳ ଆଗକୁ ଯିବ । ସାଂଗଠନିକ ପରିବର୍ତ୍ତନ ବାବଦରେ ସୁପ୍ରିମୋ ବିଚାର ବିମର୍ଶ କରୁଛନ୍ତି । ଦଳ ଲୋକଙ୍କ ସହ ଥିଲା, ଅଛି । ଆଗାମୀ ଦିନରେ ଦଳ ଲୋକଙ୍କ ସହ ଦଳ ରହିବ ସେନେଇ ନବୀନ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବେ।

୧୯୯୮ ରୁ ଦଳର ନେତା ନବୀନ ଅଛନ୍ତି, ଚାଲିଛି ଚାଲିବ । କୋଉଠି ନା କୋଉଠି ଟିକେ ଦୁର୍ବଳତା ରହିଛି ଯେଉଁଥିପାଇଁ ରେଜଲ୍ଟ ଏପରି ଆସିଲା। ତାକୁ ସୁପ୍ରିମୋ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସୁଧୀର ସାମଲ । 

ସୂଚନାଯୋଗ୍ୟ, ଢୋଲ ଭିତରେ କିଏ ସେ ମୂଷା ? ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ବିଜେଡିକୁ ହରାଇଛି । ବିଜେଡି ହାରିବାର କାରଣ କହୁ କହୁ କିଛି ଏମିତି ଢଙ୍ଘରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଥିଲେ ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ । କହୁ କହୁ କହିଦେଇଥିଲେ ଯେ ନବୀନ ହାରି ନାହାନ୍ତି, ତାଙ୍କୁ ହରାଯାଇଛି । ମୂଷା କିଏ ଆପଣ ଜାଣିଥିବେ ? ସମ୍ବିତଙ୍କ ଏହି ବୟାନ ପରେ ରାଜ୍ୟ ରାଜନୀତିରେ ହଇ ଚଇ ସୃଷ୍ଟି ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored