ସାଲେପୁରରେ ବିଜେଡି ଫାଟି ୬ ଫାଳ

ଅର୍ଗସ ବ୍ୟୁରୋ: ଫାଳଫାଳ ହେଲାଣି ସାଲେପୁର ବିଜେଡି । ଖୋଦ୍ ସାଲେପୁର ବିଧାୟକଙ୍କ ରାସ୍ତାରେ କଣ୍ଟା ହେଲେଣି ବିଜେଡିର ଯୁବ ସଂଗଠକ ହିମାଂଶୁ ମହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଫାଳଫାଳ ହେଲାଣି ଦଳ । ବିଭାଜନ ମୁହାଁ ସମର୍ଥକ ।
ସାଲେପୁର ବିଜେଡିରେ ଏବେ କିଛି ଠିକ୍ ନାହିଁ । କାରଣ ବିଜେଡିର ଯୁବ ସଂଗଠକ ହିମାଂଶୁ ମହାନ୍ତି ଗାଁଚାଲ ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଏହି ଅଭିଯାନରେ ସାରା ରାତି ଗାଁରେ ରହୁଛନ୍ତି, କର୍ମୀଙ୍କ ସହ ଆଲୋଚନା କରୁଛନ୍ତି । ଏମିତିକି ଅସନ୍ତୋଷ ବିଜେଡି କର୍ମୀଙ୍କୁ ଏକାଠି କରି ନିଜର ଶକ୍ତି ବୃଦ୍ଧି କରିବା ସହିତ ବିଧାୟକଙ୍କ ଦୋଷ ଦୁର୍ବଳତାକୁ ସମାଲୋଚନା କରାଇବାକୁ ବି ପଛାଉନାହାନ୍ତି । କହିବାକୁ ଗଲେ ବିଧାୟକଙ୍କୁ ରାଜନୈତିକ ଗୋଟି ଚଳାଇ ଚେକ୍ ଦେଉଛନ୍ତି ପ୍ରଶାନ୍ତ । କୁହାଯାଉଛି କି ଟିକେଟ୍ ରେସ୍ରେ ପ୍ରଶାନ୍ତି ଅଛନ୍ତି । ସେଇଥି ଲାଗି ତ ଏମିତି ଗାଁ ଗାଁ ବୁଲୁଛନ୍ତି ସିଏ । ଆଉ ପ୍ରଶାନ୍ତଙ୍କର ଏମିତି ହରକତ ଦେଖି ବିଧାୟକ ରକ୍ତଚାଉଳ ଚୋବାଉଥିବା ଗାଁ ଗାଁରେ। ଖଟି ଖଟିରେ ଜୋର ଧରିଲାଣି ଚର୍ଚ୍ଚା।
ଆପଣଙ୍କର ମନେଥିବ ଜନସମ୍ପର୍କ ପଦଯାତ୍ରା ସମୟରେ ସାଲେପୁର ରାସ୍ତା ଉପରେ କେମିତି ସାଲେପୁର ବିଧାୟକଙ୍କ ଗୋଷ୍ଠୀ ଏବଂ ହିମାଂଶୁ ମହାନ୍ତି ଗୋଷ୍ଠୀ କିଭଳି ହାତାହାତି ହୋଇଥିଲେ । ଆଉ ତାହା ପରେ କାଳେ ହିମାଂଶୁ ତାଙ୍କ ରଣନୀତି ବଦଳାଇ ଦେଇଛନ୍ତି । ଏମିତିକି ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ପହଞ୍ଚୁଛି ନା ନାହିଁ ତାହାର ବି ତଦାରଖ କରୁଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଧାୟକଙ୍କ ଅପାରଗତା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ।
ସେପଟେ ହିମାଂଶୁଙ୍କ ଏପରି ହରକତକୁ ନେଇ ମୁହଁ ଖୋଲିଛନ୍ତି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା । କହିଛନ୍ତି, ମୁଁ ବ୍ଲକ ଚେୟାରମ୍ୟାନ ଥିଲି । ସାଲେପୁର ବାସୀଙ୍କ ଆଶୀର୍ବାଦରୁ ବିଧାୟକ ହୋଇଛି । ମୋ ପ୍ରତି ଜନସମର୍ଥନ ଅଛି । କିଏ କଣ କହୁଛି, କଣ କରୁଛି ମୁଁ ଗୁରୁତ୍ଵ ଦେଉନି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିଧାୟକଙ୍କର ଏତେ ସମର୍ଥନ ଅଛି ତେବେ ଜନଅନ୍ତୋଷର ନିଆଁ କୁହୁଳୁଛି କାହିଁକି ? କାହିଁକି ବିଧାୟକଙ୍କ ବିନା ଅନୁମତିରେ ପ୍ରଶାନ୍ତ କାର୍ଯ୍ୟକ୍ରମ କରୁଛନ୍ତି ? ଆଗାମୀ ନିର୍ବାଚନରେ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ମିଳିବ ତ ? କିଛି ଏମିତି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର