ବିଜେଡି ଛାତ୍ର ନେତା ବବି ଖାନଙ୍କୁ ବାନ୍ଧିଲା ପୋଲିସ
·1 year ago

ଅର୍ଗସ ବ୍ୟୁରୋ : ଗିରଫ ହେଲେ ବିଜେଡି ଛାତ୍ର ନେତା । ବିଜୁ ଛାତ୍ର ଜନତା ଦଳର ନେତା ତଥା କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ଖାସ୍ ଅନୁଗତ ବବି ଖାନଙ୍କୁ ବାନ୍ଧିଲା ମାଲଗୋଦାମ ପୋଲିସ । ବବି ଖାନ୍ +3 ରେଭେନ୍ସା ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଅନେକ ମକଦ୍ଦମାରେ ବବିଙ୍କ ନାଁ ସଂପୃକ୍ତ ରହିଛି।
ଅଧିକ ପଢନ୍ତୁ : ବିଜେଡି ଶାସନରେ ସ୍ୱାସ୍ଥ୍ୟସେବାରେ ବଡ଼ ଅନିୟମିତତା
ପୂର୍ବରୁ ABVP ଛାତ୍ର ନେତାଙ୍କୁ ମାଡ଼ ମାରିବା ଘଟଣା ହେଉ କି 2018 ରେଭେନ୍ସା ସେକ୍ସ ସ୍କାଣ୍ଡାଲ୍ ଘଟଣା ସବୁଥିରେ ରହିଛି ବବି ଖାନ୍ଙ୍କ ନାଁ । 4 ମାସ ତଳେ ABVPର କାର୍ଯ୍ୟକର୍ତ୍ତାଙ୍କୁ ମାରି ଫୋନରେ ଧମକାଇବା ଘଟଣାରେ ଚର୍ଚ୍ଚାକୁ ଆସିଥିଲା ବବି ଖାନ୍ଙ୍କ ନାଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: