ଆଜି ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
·2 years ago

ଅର୍ଗସ ବ୍ୟୁରୋ: ଆଜି ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ସେ ନାମାଙ୍କନ ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ଛତ୍ରପୁର ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଢେ ୧୨ଟାରେ ପ୍ରାର୍ଥିପତ୍ର ଦାଖଲ କରିବେ । ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
24 ବର୍ଷ ସରକାରରେ ହିଞ୍ଜିଳି ପାଇଁ କରିଛନ୍ତି କଣ ? । ଏଠାରେ ବେରୋଜଗାର ସମସ୍ୟା ଅତି ଉତ୍କଟ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସାରୁ ଗାଁରେ ଅଧିକାଂଶ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ସେହିପରି ପାନୀୟ ଜଳ ସମସ୍ୟାରେ ବର୍ଷ ବର୍ଷ ଧରି ଯୁଝି ହେଉଛନ୍ତି ଅଞ୍ଚଳବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: