Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଣକ ପରେ ଜଣେ କରୁଛନ୍ତି ବିଜେଡିକୁ ବାଏ ବାଏ

Jitendra Dash
Browse all articles by Jitendra Dash
·2 years ago·2 min read
ଜଣକ ପରେ ଜଣେ କରୁଛନ୍ତି ବିଜେଡିକୁ ବାଏ ବାଏ

ବିଜେଡ଼ିର ଟେନସନ୍ 
ଜଣକ ପରେ ଜଣେ ବିଜେଡ଼ିକୁ କରୁଛନ୍ତି ବାଏ ବାଏ
କାହାକୁ ସନ୍ତୁଷ୍ଟ କରିବେ ଟେନସନରେ ବିଜେଡ଼ି ସୁପ୍ରିମୋ
 

ଅର୍ଗସ ବ୍ୟୁରୋ : ଜଣକ ପରେ ଜଣେ ବିଜେଡ଼ି ନେତା ବିଜେଡ଼ିକୁ କରୁଛନ୍ତି ବାଏ ବାଏ । ଯାହାକୁ ନେଇ ଫୁଲ ଟେନସନରେ ବିଜେଡି । ବିଜେଡ଼ି ଘୋଷଣା କରିଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବିଜେଡ଼ିକୁ ବାଏ ବାଏ କରିଛନ୍ତି ବିଜେଡ଼ିର ଟାଣୁଆ ନେତା । ଏହି ବାଏ ବାଏ ତାଲିକାରେ ସାମିଲ ହୋଇଛନ୍ତି, ପର୍ଶୁରାମ ଧଡ଼ା ଏବଂ ଦେବେନ୍ଦ୍ର କହଁର । ତାଙ୍କ ପରେ ପୁଣି ୨ ଜଣ ନେତା ବିଜେଡିକୁ କରିଛନ୍ତି ବାଏ ବାଏ । ଏହି ଦୁଇ ନେତା ହୋଉଛନ୍ତି ଭଦ୍ରକର ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ।

ସେପଟେ ବିଜେଡି ଛାଡ଼ିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା । ଦଳ ଟିକେଟ ନଦେବାରୁ ପର୍ଶୁରାମ ଇସ୍ତଫା ଦେଇଛନ୍ତି । ସୋରରୁ ପର୍ଶୁରାମଙ୍କ ବଦଳରେ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି ବିଜେଡ଼ି । ଏଥିରେ ଅସନ୍ତୋଷ ପ୍ରକାଶ କରି ପର୍ଶୁରାମ ଇସ୍ତଫା ଦେଇଛନ୍ତି । ତେବେ ସେ କେଉଁ ଦଳରେ ଯୋଗଦେବେ, ସେନେଇ ସ୍ପଷ୍ଟ କରିନାହାଁନ୍ତି । ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରୁ ସୋର ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟକ ହୋଇଥିଲେ ପର୍ଶୁରାମ ଧଡ଼ା । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି  ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ । ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଆଉ ଏଥର ବି ଦଳ ତାଙ୍କୁ ନିରାଶ କରି, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଟିକେଟ ଦେଇଛି । ଶେଷରେ ଅସନ୍ତୁଷ୍ଟ ହୋଇ  ଗତକାଲି ବିଜେଡ଼ିକୁ କରିଛନ୍ତି ବାଏ ବାଏ ।

ସେହିପରି ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମଧ୍ୟ ବିଜେଡ଼ି ଦଳ ଛାଡ଼ିଛନ୍ତି । ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଦଳରେ ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିଆସୁଥିଲି କିନ୍ତୁ ଦଳର ମୋ ଉପରେ ଭରଷା ନାହିଁ । ମୋ ବଦଳରେ ଦଳ ଜୟଶ୍ରୀ କହଁରଙ୍କୁ ଟିକେଟ ଦେଇଛି । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର। ତା’ପରେ କିନ୍ତୁ ଟିକେଟ ଦେଇନଥିଲା ବିଜେଡି ।

ସେହିପରି ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ମଧ୍ୟ ବିଜେଡ଼ିକୁ କରିଛନ୍ତି ବାଏ ବାଏ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇବା ସହ ୨୦୨୪ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଉଛି ବୋଲି ଚିଠିରେ ଲେଖିଛନ୍ତି । ସେ ଜଗତସିଂହପୁର ସଦର ଆସନରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ କିନ୍ତୁ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ଉପରେ ଭରସା କରି ତାଙ୍କୁ ଟିକେଟ୍ ପ୍ରଦାନ କରିଛି । ଯାହାକୁ ନେଇ ଅମରେନ୍ଦ୍ର ଅସନ୍ତୁଷ୍ଟ ହୋଇ ଇସ୍ତଫା । ଦେଖିବାକୁ ବାକି ରହିଲା ବିଜେଡ଼ିର ଆଉ କେଉଁ କେଉଁ ନେତା ଦଳକୁ କରୁଚନ୍ତି ବାଏ ବାଏ ।
 

Sponsored
bjd ticket issue | Argus News