Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BJD Suspension Row / ୨ ବିଧାୟକଙ୍କ ନିଲମ୍ବନ ପଛରେ କୋଟେରୀ ଗ୍ରୁପର ଷଡ଼ଯନ୍ତ୍ର ! ଦମନ ନୀତିରେ ସଫଳ ହେବେ କି ନବୀନ ?

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
୨ ବିଧାୟକଙ୍କ ନିଲମ୍ବନ ପଛରେ କୋଟେରୀ ଗ୍ରୁପର ଷଡ଼ଯନ୍ତ୍ର ! ଦମନ ନୀତିରେ ସଫଳ ହେବେ କି ନବୀନ ?
BJD

Key Points

ବିଜେଡିର ଦୁଇ ବିଧାୟକଙ୍କ ନିଲମ୍ବନକୁ ନେଇ ହଟଚମଟ
ସସପେଣ୍ଡ ପରେ ଅରବିନ୍ଦଙ୍କ ଶକ୍ତି ପ୍ରଦର୍ଶନ
ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜୟ ମହାପାତ୍ର
ଯିଏ ମୁହଁ ଖୋଲିଲା ତାକୁ ସସପେଣ୍ଡ କଲେ । ନାଲି ଆଖି ଦେଖାଇ ବିଦ୍ରୋହୀଙ୍କୁ ଦମନ କରିବାକୁ ଉଦ୍ୟମ କଲେ । ଏହି ଫର୍ମୁଲାରେ ଚାଲିଥିବା ବିଜେଡି ପାଇଁ ଏବେ ବଢ଼ିବାରେ ଲାଗିଛି ଅଡୁଆ । କାରଣ ବିଜେଡିରୁ ନିଲମ୍ବନ ହୋଇଥିବା ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ ମୁଖର ହୋଇଛନ୍ତି । ଅରବିନ୍ଦ ଶକ୍ତି ପ୍ରଦର୍ଶନ କରିଥିବାବେଳେ ନିଲମ୍ବନ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବିଜୟ । ସେପଟେ ନବୀନଙ୍କୁ ଜିରୋ କହି ନୂଆ ସମୀକରଣର ଇସାରା ଦେଇଛନ୍ତି ରବି ପାଣି ।

ସନା ମହାକୁଡ଼, ଅରବିନ୍ଦ ମହାପାତ୍ର । ଦୁଇ ବିଧାୟକଙ୍କୁ ନବୀନଙ୍କ ନିଲମ୍ବନ ବିଜେଡି ରାଜନୀତିରେ ଲଗାଇଛି ନିଆଁ । ଦଳ ବିରୋଧୀ ଓ ବିଶ୍ୱାଘାତକର ଆଖ୍ୟା ଦେଇ ଦୁଇ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ସନା ମହାକୁଡ଼ଙ୍କ ନିଲମ୍ବନକୁ ନେଇ ଯେତିକି ଚର୍ଚ୍ଚା ହେଉନି, ତା ଠୁ ଅଧିକ ରହସ୍ୟମୟ ହୋଇଛି ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ । ଲଗାତାର ସନା ବିଜେଡି ବିରୁଦ୍ଧରେ କହିବା ଏବଂ ବିଜେପିକୁ ପ୍ରଶଂସା କରିବା ତାଙ୍କୁ ମହଙ୍ଗା ପଡିଛି । କିନ୍ତୁ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପଛର ସତ କ'ଣ ତାକୁ ନେଇ ଅନେକ ପ୍ରଶ୍ନ । ତେବେ କାଲି ନିଲମ୍ବନ ପରେ ଆଜି ପାଟକୁରାରେ ଶକ୍ତି ପଦର୍ଶନ କରିଛନ୍ତି ଅରବିନ୍ଦ । ଆଉ ସେପଟେ ନିଲମ୍ବନର କଡ଼ା ଜବାବ ରଖିଛନ୍ତି ସନା ।

୨୦୨୪ ସାଧାରଣ ନିର୍ବାଚନରେ ବିଜୟଙ୍କ ପୁଅଙ୍କୁ ଡାକି ନେଇ ଟିକେଟ ଦେଇଥିଲା ବିଜେଡି । ଏବେ ବାପାଙ୍କ ପାଇଁ ପୁଅ ବଳି ପଡ଼ିଥିବା କୁହାଯାଉଛି । ସେପଟେ କେନ୍ଦ୍ରାପଡା ନେତା ଅତନୁ ସିଧା ଟାର୍ଗେଟ କରି ବିଶ୍ୱାସଘାତକ ଓ ଦୁର୍ନୀତିଗସ୍ତ କହିବା ପରେ ପୁଅ ନିଲମ୍ବନ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବାପା ବିଜୟ । ଆଉ ଅତନୁଙ୍କୁ ମେ' ୨୯ କଥା ମନେ ପକାଇ ବର୍ଷିଛନ୍ତି ବରିଷ୍ଠ ନେତା ରବି ପାଣି ।

କିଛି ଦିନ ଧରି ବିଜୟ ମହାପାତ୍ର ଜିଲ୍ଲାରୁ ଜିଲ୍ଲା ବୁଲି କିଛି ପୁରୁଖା ନେତାଙ୍କୁ ଭେଟୁଥିଲେ । ନୂଆ ଆଞ୍ଚଳିକ ଦଳ ଗଠନର ସେ ସୂତ୍ରଧର ସାଜିବେ ବୋଲି ଚର୍ଚ୍ଚା ଭିତରେ ତାଙ୍କ ପୁଅ ଉପରେ ବିଜେଡି ନେଲା କି ଆକ୍ସନ ।

ନବୀନଙ୍କ ନିଲମ୍ବନର ନାଲି ଆଖି ପରେ ଅଧିକ ଉଗ୍ର ହୋଇଛନ୍ତି ବିଦ୍ରୋହୀ ନେତା । ଦଳ ଭିତରୁ ଏଲିନା ଦାସ ଓ ଦଳ ବାହାରୁ ଶ୍ରୀମୟୀ ମିଶ୍ର ମାରିଛନ୍ତି ତେରଛା ବାଣ । ତେବେ ପ୍ରଶ୍ନ ମେଳି ବାନ୍ଧି ଦଳୀୟ ପରିଚାଳନାକୁ ନେଇ ବିଷୋଦଗାର କରୁଥିବା ନେତାଙ୍କ ଉପରେ କି ଆକ୍ସନ ନେବେ ନବୀନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Suspends Two MLAs: Coterie Politics Behind the Move? | Argus News