ଝୋଟ ବ୍ୟାଗ ନାଁରେ କୋଟି କୋଟି ଟଙ୍କା ଚଳୁ କରିଥିଲା ବିଜେଡି
·1 year ago·1 min read

ଅର୍ଗସ ବ୍ୟୁରୋ: ସୋର ବ୍ଲକ ଖାଉଟି ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡି ରହିଛି ହଜାର ହଜାର ଝୋଟ ବ୍ୟାଗ l ନିର୍ବାଚନ ପୂର୍ବରୁ ରାଜ୍ୟର ରାସନକାର୍ଡଧାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ ପୂର୍ବ ବିଜେଡି ସରକାର । ବ୍ୟାଗରେ ଆମ ଓଡ଼ିଶା ନବୀନ ଓଡିଶା ଲେଖାଥିଲା । ଓଡ଼ିଶା ଶାସନ ଲୋଗୋ ସହ ଫାଇଭ-ଟି ଲୋଗୋ ରହିଥିଲା । ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି ଟଙ୍କା l ବ୍ୟାଗ ବଣ୍ଟନ ନାଁରେ ତତ୍କାଳୀନ ବିଜେଡି ସରକାର କୋଟି କୋଟି ଟଙ୍କା ଚଳୁ କରିଦେଇଥିବା ଜଣାପଡିଛି । ଯାହାର ପ୍ରମାଣ ସୋର ଖାଦ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପଡି ରହିଥିବା ହଜାର ହଜାର ଝୋଟ ବ୍ୟାଗର ଚିତ୍ରରୁ ସ୍ପଷ୍ଟ ହୋଇଛି । ଏହି ବ୍ୟାଗ ସବୁ କାହାର ,ଏହି ସବୁ ଭୂତ ହିତାଧିକାରୀଙ୍କର ନୁହଁ ତ ? ତାହା ଏବେ ପ୍ରଶ୍ନ ବାଚୀ ଛିଡା କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: