ଖାଲି ହୋଇଯିବ ବିଜେଡି: ମନମୋହନ

ଅର୍ଗସ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଖାଲି ହୋଇଯିବ ବିଜେଡି ବୟାନକୁ ନେଇ ମୁହାଁମୁହିଁ ବିଜେଡି ବିଜେପି। ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଜେଡି ନେତା ମୁନା ଖାଁ କହିଛନ୍ତି ବିଜେପିରେ ମିଶିବାକୁ ଯଦି ବିଜେଡିର କେଉଁ ନେତା ଆବେଦନ କରିଛନ୍ତି ତାଙ୍କୁ ତୁରନ୍ତ ମିଶେଇ ଦେଉ ନାହାନ୍ତି କାହିଁକି । ଯିଏ ଯିବାକୁ ଚାହିଁବ ତାକୁ ଅଟକେଇ ହେବ ନାହିଁ । କିଛି ଲୋକ ଯଦି ଯିବେ କିଛି ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ବିଜେଡି ନେତାଙ୍କ ବୟାନକୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି।
ସେ କହିଛନ୍ତି ବିଜେଡି ଏବେ ଶେଷ ହେବାକୁ ଯାଉଛି। ଆଉ ବିକଳ୍ପ ନାହିଁ । ଭାରତରେ ବିଜେପି ହେଉଛି ଏକ ମାତ୍ର ବିକଳ୍ପ। ସମସ୍ତେ ଇଛା କରିବେ ମିଶିବା ପାଇଁ। ସମୁଦ୍ରରେ ନଈ ମିଶିବା ଭଳି ସମସ୍ତେ ଆସି ବିଜେପିରେ ମିଶିଯିବେ। ଆଗକୁ କଣ ହେଉଛି ଦେଖନ୍ତୁ କହି ବିଜେଡିକୁ ଅଲଟିମେଟମ୍ ଦେଇଛନ୍ତି ସନାତନ। ସେହିପରି ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି କହି ବିଜେପି ରାଜ୍ୟ ସଭାପତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର।
ଅଧିକ ପଢ଼ନ୍ତୁ ଓଡିଶା ଖବର: