ଜଗତସିଂହପୁର କୁଜଙ୍ଗ ବ୍ଲକରେ ବିଜେଡି ନେତାଙ୍କ ଦାଦାଗିରି
·1 year ago·1 min read

ଜଗତସିଂହପୁର: ଜଗତସିଂହପୁର କୁଜଙ୍ଗ ବ୍ଲକରେ ବିଜେଡି କର୍ମୀଙ୍କ ଦାଦାଗିରି । ବ୍ଲକ ଅଫିସ୍ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଛି । ବିଲ ପାସ୍ କରୁନଥିବା ଅଭିଯୋଗ ଆଣି ବିଜେଡିର କେତେକ ଜନପ୍ରତିନିଧି ବିଡିଓଙ୍କୁ ଆକ୍ରମଣ କରିବା ସହ ଅଟକ ରଖିଥିଲେ । ଏ ନେଇ ବିଡିଓ ଦୀପକ ପ୍ରସାଦ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।
ଗତକାଲି ବିଡିଓ ପଞ୍ଚାୟତସ୍ତରୀୟ ଜନଶୁଣାଣିକୁ ଯାଇଥିଲେ । ଜନଶୁଣାଣି ଚାଲିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ବିଜେଡି କର୍ମୀ ବାରମ୍ବାର ବିଡିଓଙ୍କୁ ଫୋନ୍ କରି ଡାକିବା ସହ ଶୀଘ୍ର ପହଞ୍ଚିବାକୁ ଧମକ ଦେଇଥିଲେ । ସମ୍ମିଳନୀ କକ୍ଷରେ ବିଜେଡି କର୍ମୀମାନେ ଧମକ ଚମକ ଦେବା ସହ ଆକ୍ରମଣ କରିଥିଲେ। ବିଡିଓଙ୍କ ମୁଣ୍ଡ, ହାତ, ଗୋଡ଼ରେ ଆଘାତ ଲାଗିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: