ମୋ ସ୍କୁଲର ସମୀକ୍ଷା କରିବେ ବିଜେଡ଼ି କର୍ମୀ ?

Key Points
- ବାଃ ବାଃରେ ସରକାର
- ମୋ ସ୍କୁଲର ସମୀକ୍ଷା କରିବେ ବିଜେଡ଼ି କର୍ମୀ ?
- 93 ବ୍ଲକର ମୋ ସ୍କୁଲ ସମୀକ୍ଷା ପାଇଁ 93 ବିଜେଡି କର୍ମୀ ହେଲେ ନିୟୋଜିତ
ଭୁବନେଶ୍ୱର: ଦଳୀୟ କର୍ମୀ ପ୍ରେମରେ ବିଜେଡି ସରକାର । ସରକାରୀ କାମ କେଉଁମାନେ କରିବେ କେଉଁମାନେ କରିବେନି ସେନେଇ କିଛି ବୁଝିପାରୁନାହାନ୍ତି ବୋଧହୁଏ । ସେଇଥି ଲାଗି ତ ବିଜେଡିକର୍ମୀଙ୍କୁ ମୋ ସ୍କୁଲ ସମୀକ୍ଷାର ଦେଇଛନ୍ତି ଦାୟିତ୍ଵ । କିନ୍ତୁ ଏ ନିଷ୍ପତ୍ତି ସରକାର କାହିଁକି ନେଲେ ସେନେଇ ପଦଟୁଏ ବି କହିନାହାନ୍ତି ।
ମୋ ସ୍କୁଲର ସମୀକ୍ଷା କରିବେ ବିଜେଡ଼ି କର୍ମୀ । ଏଭଳି ସଙ୍ଗୀନ ଅଭିଯୋଗ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ । ସୂଚନା ଅନୁସାରେ, ସ୍କୁଲ ସମୀକ୍ଷା ସମ୍ପର୍କରେ ଏପ୍ରିଲ 10ରେ ଚିଠି କରିଛନ୍ତି ରାଜ୍ୟ ସରକାର । 93 ବ୍ଲକର ମୋ ସ୍କୁଲ ଗୁଡ଼ିକର ସମୀକ୍ଷା କରିବା ପାଇଁ 93 ଜଣ କର୍ମଚାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । କିନ୍ତୁ ସମୀକ୍ଷା ପାଇଁ ବିଜେଡ଼ି କର୍ମୀଙ୍କୁ ସ୍ଵେଚ୍ଛାକୃତ ଭାବରେ ନିୟୋଜିତ କରାଯାଇଛି ବୋଲି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେପି ।
ଖାଲି ଏତିକି ନୁହେଁ ବରଂ ସୁନ୍ଦରଗଡ଼ ଏସଡିପିଓ ହିଂମାଶୁ ଶେଖର ବେହେରା ଏବଂ ଭସ୍ମା ଥାନା ଆଇଆଇସି ରାମ ପ୍ରସାଦ ନାଗଙ୍କ ବିରୁଦ୍ଧରେ ବିଜେଡ଼ି ପାଇଁ କାମ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଏମାନେ ସରକାରୀ କର୍ମଚାରୀ ହୋଇଥିବା ସତ୍ତ୍ୱେ ବିଜେଡିର କର୍ମୀ ଭଳି ଦଳ ପାଇଁ କାମ କରୁଛନ୍ତି ବୋଲି ସିଇଓଙ୍କୁ ଭେଟି ଅଭିଯୋଗ କରିଛି ବିଜେପି । ଉଭୟ ପୋଲିସ ଅଧିକାରୀ ବିଜେପି କର୍ମୀ ମାନଙ୍କୁ ଧମକ ଦେଉଥିବା ନେଇ ଅଭିଯୋଗ କରିଛି ଦଳ । ଯଦି ବିଜେପି ପାଇଁ କାମ କରିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ଦେଉଛନ୍ତି ଆଇଆଇସି ଓ ଏସଡିପିଓ । ଏପରିକି ଭସ୍ମାରେ 40 ଜଣ କର୍ମୀଙ୍କ ନାଁରେ ମିଛ ମକଦ୍ଦମା କରାଯାଇଛି । ତେଣୁ ଏହି ଅଫିସର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ବିଜେପି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
