Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିର ପରାଜୟ ପରେ ଏବେ ପାଣ୍ଡିଆନଙ୍କ ଉପରେ ଖଡ଼ଗହସ୍ତ ଦଳୀୟ ନେତା

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିଜେଡିର ପରାଜୟ ପରେ ଏବେ ପାଣ୍ଡିଆନଙ୍କ ଉପରେ ଖଡ଼ଗହସ୍ତ ଦଳୀୟ ନେତା

Key Points

  • ବିଜେଡିର ପରାଜୟ ପରେ ଏବେ ପାଣ୍ଡିଆନଙ୍କ ଉପରେ ଖଡ଼ଗହସ୍ତ ଦଳୀୟ ନେତା
  • ବିଜୁ ଜନତା ଦଳରେ ପାଣ୍ଡିଆନଙ୍କୁ ଘନ ଘନ ଆକ୍ରମଣ
  • ଭୈରବଙ୍କୁ ଦଳରୁ ତଡ଼ିବାକୁ ବିଜେଡି ନେତାଙ୍କ ଖୁଲମଖୁଲ୍ଲା ଦାବି
  • #PANDIANGOBACK ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରାଉଛନ୍ତି ବିଜେଡି ନେତା
  • ଭୈରବଙ୍କ ହାତରେ ପ୍ରଚାର ମଙ୍ଗ ବିଜେଡିକୁ ପଡ଼ିଲା ମହଙ୍ଗା
  • ନବୀନଙ୍କ ନାଁରେ ନିର୍ବାଚନ ଲଢ଼ି ସିଏମ୍ ବନିବା ସ୍ବପ୍ନ ପଡ଼ିଲା ଫିକା
  • ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ନବୀନଙ୍କ ଷଷ୍ଠ ପାଳି ଆଶାକୁ କରିଦେଲା ଚୁନା

ଅର୍ଗସ ବ୍ୟୁରୋ :  24 ମହାଲଢ଼େଇରେ ମାଟି କାମୁଡ଼ିଲା 24 ବର୍ଷ ହେଲା ଓଡ଼ିଶାର ଶାସନ ଗାଦି ମାଡ଼ି ବସିଥିବା ବିଜୁ ଜନତା ଦଳ। ବିଜେଡିର ପରାଜୟ ପରେ ସବୁଠୁ ବେଶୀ ବିବାଦୀୟ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। ପାଞ୍ଚ ପାଞ୍ଚ ପାଳିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା ଓ ପ୍ରତିଷ୍ଠାରେ ଗ୍ରହଣ ଲାଗିବାରୁ ତାଙ୍କ ବିରୋଧରେ ଖଡ଼ଗହସ୍ତ ବିଜେଡି ନେତା। କେତେକ ତ ସାମ୍ନାକୁ ଆସି ଖୁଲମଖୁଲ୍ଲା ପାଣ୍ଡିଆନଙ୍କୁ ଗାଳି ଦେଉଛନ୍ତି। ବିଜେଡିରୁ ତଡ଼ିବାକୁ ନିଜ ଦଳର ନେତାଙ୍କୁ ଦେଉଛନ୍ତି ଆହ୍ବାନ। 

ବଡ଼ ହୋର୍ଡିଂରେ ପାଣ୍ଡିଆନଙ୍କୁ କରାଯାଉଛି କଟାକ୍ଷ। ସୋସିଆଲ୍ ମିଡିଆ ପୋଷ୍ଟରେ #PANDIANGOBACK ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରାଉଛନ୍ତି ବିଜେଡି ନେତା। ଗୋଟିଏ ପଟେ ପାଣ୍ଡିଆନଙ୍କ ବିରୋଧରେ ବିଜେଡି ନେତାଙ୍କ ବିଷୋଦଗାର, ଅନ୍ୟପଟେ ପରାଜୟ ପରେ ମୁହଁ ଲୁଚାଉଛନ୍ତି ପାଣ୍ଡିଆନ । ଲୁଚି ଛପି ନବୀନ ନିବାସ ଯାଉଛନ୍ତି ଭୈରବ । ବୁଧବାର ସନ୍ଧ୍ୟାରେ ନବୀନ ନିବାସ ଯାଇଥିଲେ ବି ବୈଠକରେ ଭି.କେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିନଥିଲା । ଏପରିକି କ୍ୟାମେରା ପଡିବା ଭୟରେ ନବୀନ ନିବାସ ଲାଇଟ ବନ୍ଦ କରାଇ ବାହାରିଥିଲେ ପାଣ୍ଡିଆନ । ଚର୍ଚ୍ଚା ହେଉଛି ଏପରି ଶୋଚନୀୟ ପରାଜୟ ପାଇଁ ଅନେକ ତୁଙ୍ଗ ନେତା ସିଧାସଳଖ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି, ଆଉ କିଛି ନେତା ପାଣ୍ଡିଆନଙ୍କ ପ୍ରଶ୍ନକୁ ଆଡ଼େଇ ଯାଉଛନ୍ତି। ଆଉ ଏ ସବୁ ଭିତରେ ଦଳଠୁ ଦୁରେଇ ରହିବାକୁ ଚେଷ୍ଟା କରୁଛନ୍ତି ଭି.କେ ପାଣ୍ଡିଆନ । 

ଅଧିକ ପଢନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ସବୁଠୁ ବଡ଼ କଥା ହେଉଛି ବିଜେଡି କାହିଁକି ହାରିଲା ? କ'ଣ ପାଇଁ ଏତେ ବଡ଼ ବିପର୍ଯ୍ୟୟ ଭୋଗିଲା ଦଳ ? କେଉଁଠି ରହିଗଲା ତ୍ରୁଟି ? କେଉଁ କାରଣରୁ ପରାଜୟର ବାଟ ଦେଖାଇଲେ ଜନତା ? ନବୀନଙ୍କ ଚେହେରାରେ ବିଜେଡି 5 ଥର 5 ଥର ବିଜୟୀ ହୋଇଥିଲା । କିନ୍ତୁ ଷଷ୍ଠ ପାଳି ବେଳକୁ ନବୀନ ନୁହେଁ ବରଂ ଭୈରବ ପାଣ୍ଡିଆନ ପାଲଟିଗଲେ ବିଜେଡିର ପ୍ରମୁଖ ଚେହେରା। ପୁରା ନିର୍ବାଚନ ପ୍ରଚାରରେ ନବୀନ କାଁ ଭାଁ ଦେଖାଯାଇଥିବାବେଳେ ସବୁଠି ଛାଇ ରହିଲେ ପାଣ୍ଡିଆନ । କୁହାଯାଉଛି ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ନବୀନଙ୍କ ଷଷ୍ଠ ପାଳି ଆଶାକୁ କରିଦେଲା ଚୁନା। 
 ବୁଧବାର ବିଜେଡି ବୈଠକ ସରିବା ପରେ ଗଣମାଧ୍ୟମକୁ ବିଜେଡିର ନେତାମାନେ ଭେଟିଥିଲେ । କିନ୍ତୁ ଯାହାଙ୍କୁ ବିଜେଡିର ସର୍ବେସର୍ବା କୁହାଯାଉଥିଲା ସେ କିନ୍ତୁ କ୍ୟାମେରା ସାମ୍ନାକୁ ଆସି ନଥିଲେ । ସେପେଟ ବିଜେଡି ଏଭଳି ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜିବା ଆରମ୍ଭ କରିଦେଇଛି ଦଳ । ନିର୍ବାଚନରେ ପରାଜୟର କାରଣ ଖୋଜିବାକୁ ବିଜୁ ଜନତା ଦଳ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବ । ଏହି କମିଟିରେ ରହିବେ ଦଳର ବରିଷ୍ଠ ନେତା । କମିଟି ସମସ୍ତ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରି ପରାଜୟର କାରଣ ଖୋଜିବ । ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ଦଳର ହାଇକମାଣ୍ଡଙ୍କ ନିକଟରେ ଦାଖଲ କରାଯିବ । ତେବେ ତୁଙ୍ଗ ନେତାଙ୍କ ଅସନ୍ତୋଷ ଯଦି କମିଟିର ରିପୋର୍ଟରେ ପ୍ରତିଫଳିତ ହୁଏ ବିଜେଡିରୁ ପାଣ୍ଡିଆନ ତଡ଼ା ଖାଇବା ସୁନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।


 

Sponsored
bjd workers attack on v.k pandian for bjd party lossing | Argus News