ବିଜେଡି କର୍ମୀଙ୍କ ଆକ୍ରମଣ, ୧୦ ଆହତ

ଆଳି : ନିର୍ବାଚନ ୨୪ଘଣ୍ଟା ନପୂରୁଣୁ ଦେଖା ଦେଉଛି ହିଂସା। ଘଟଣା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରଜାକନିକା ଥାନା ସମ୍ମୁଖରେ ବିଜେଡି ରକ୍ତମୁଖା। ପରାଜୟ ଭୟରେ କଂଗ୍ରେସ କର୍ମୀଙ୍କୁ କରୁଛି ଆକ୍ରମଣ । ତାହା ପୁଣି ଥାନା ସମ୍ମୁଖରେ । ସେହି ଆକ୍ରମଣ ଅଶୋକ ବଜାର ପର୍ଯ୍ୟନ୍ତ ବ୍ୟାପିଛି । ଏଠି ପ୍ରଶ୍ନ ଉଠୁଛି ରାଜକନିକା ଥାନା ସମ୍ମୁଖରେ ଆରମ୍ଭ ହୋଇଥିବା ଆକ୍ରମଣ ଦେଖିବା ପରେ ମଧ୍ୟ ପୋଲିସ କଣ ପାଇଁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏହି ଆକ୍ରମଣ ପରେ ୧୦ଜଣ ଉଭୟ ପକ୍ଷରୁ ଆହତ। ଆହତ ମାନଙ୍କୁ ପ୍ରଥମେ ରାଜକନିଜ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପରେ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନନ୍ତରିତ କରାଯାଇଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ : ପରାଜୟ ଭୟରେ ହୀନ ଚକ୍ରାନ୍ତ କରୁଛି ବିଜେଡି
ଘଟଣା ଘଟିବାର ୩ଘଣ୍ଟା ପରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜଦି ୩ଘଣ୍ଟା ପରେ ପୋଲିସ ଫୋର୍ସ ମୁତୟନ କରାଗଲା ତାହାହେଲେ ତୁରନ୍ତ କଣ ପାଇଁ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଲା ନାହିଁ ଯାହାକୁ ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନା ଅଧିକାରୀ ଦିଲ୍ଲୀପ ଧଳ ବିଜେଡି ଏଜେଣ୍ଟ ସାଜି ଗଣ୍ଡଗୋଳ କୁ ପ୍ରଶୟ ଦେଉଥିବା ନେଇ ପତିକ୍ରିୟା ରେ କହିଛନ୍ତି ।