Videos
|
Odisha

ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ

Ritu Das
Browse all articles by Ritu Das
·2 years ago·1 min read
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ

ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବା ପାଇଁ କଳାପଥର ଗ୍ରାମ ପଞ୍ଚାୟତକୁ ଆସିଥିଲେ ମାତ୍ର ଶାସକ ଦଳର କର୍ମୀ ମାନେ ନିର୍ବାଚନରେ ବ୍ୟସ୍ତ ରହିବାରୁ ଭତ୍ତା ବଣ୍ଟନ ନ କରିବା ପାଇଁ କୁଆଡେ କହି ଫେରାଇ ଦେଇଥିଲେ। 

ଭତ୍ତା ବଣ୍ଟନ କରିବା ପାଇଁ ଯାଇଥିବା ଯନ୍ତ୍ରୀ ଫେରି ଆସିଥିଲେ। ଆଜି ପୁଣି ଭତ୍ତା ବଣ୍ଟନ ହେବ କହି ପର୍ଶୁରାମପୁର ଗ୍ରାମର ବିଜେଡି କର୍ମୀ ସିଦ୍ଧେଶ୍ୱର ଭୋଇ ଭତ୍ତା ଟଙ୍କା ଓ ରେଜିଷ୍ଟର ଧରି ବସି ହିତାଧିକାରୀଙ୍କ ନାମ ଡାକି ଭତ୍ତା ଟଙ୍କା ଦେବା ସହିତ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରି ଲୋକଙ୍କୁ ପ୍ରଭାବିତ କରିବାର ଦେଖିବା ମିଳିଥିଲା। ଯାହାକୁ ନେଇ ଘଟଣା ସ୍ଥଳରେ ଗ୍ରାମର ଯୁବକ ମାନେ ବିରୋଧ କରିବା ସହିତ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। 

ଜଣେ ବିଜେଡି କର୍ମୀ କିଭଳି ଭାବରେ ଭତ୍ତା ବଣ୍ଟନ ବେଳେ ବିଜେଡିକୁ ଭୋଟ ଦେବାକୁ ପ୍ରଭାବିତ କରିଛନ୍ତି ପୁଣି ସରକାରୀ କାର୍ଯ୍ୟ ରେ ବିଜେଡି କର୍ମୀଙ୍କ ଭୋଟ ପ୍ରଚାର କରୁଥିବା ବେଳେ ହିତାଧିକାରୀ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବଣ୍ଟନ ଜଣେ ବିଜେଡି କର୍ମୀଙ୍କୁ ଦିଆ ଯିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD workers | Argus News