Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସାଂସଦ ମୁନ୍ନା ଖାଁ ଙ୍କ ବୟାନ କୁ ନେଇ ବିଜେଡି ବିଜେପି ମୁହାଁମୁଁହି 

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଜେଡି ସାଂସଦ ମୁନ୍ନା ଖାଁ ଙ୍କ ବୟାନ କୁ ନେଇ ବିଜେଡି ବିଜେପି ମୁହାଁମୁଁହି 

Key Points

  • କ୍ଷମତାରୁ ଯିବା ପରେ ବିଜେଡିର ହତାଶା
  • ପ୍ରତିଦିନ ବାଉଳି ହେଉଛନ୍ତି ବିଜେଡି ନେତା  
  • ବିଜେଡି ସାଂସଦ ମୁନ୍ନା ଖାଁ ଙ୍କ ବୟାନ କୁ ନେଇ ବିଜେଡି ବିଜେପି ମୁହାଁମୁଁହି 
  • ମୁନା ଖାଁ ଙ୍କ ବୟାନ , ଆମ ଯୋଗାଯୋଗରେ ରେ ଅଛନ୍ତି 14 ବିଜେପି ବିଧାୟକ 
  • ବିଜେପି ର କାଉଣ୍ଟର ଦମ ଥିଲେ ନା କୁହନ୍ତୁ ବିଜେଡି ସାଂସଦ ମୁନ୍ନା ଖାଁ 

ଅର୍ଗସ ବ୍ୟୁରୋ : ବିଜେଡି ଏବେ ଆଉ କ୍ଷମତା ରେ ନାହିଁ । ଦଳ କ୍ଷମତାରୁ ଗଲା ପରେ ଦଳରେ ଉଗ୍ର ହେଲାଣୀ ଗୋଷ୍ଠି କନ୍ଦଳ । ଜଣେ ପରେ ଜଣେ ବରିଷ୍ଠ ନେତା ଦଳ ଛାଡୁଛନ୍ତି । ପୁରୁଖା ନେତା ବି ଏବେ ବିଜେଡି ଛାଡି ବିଜେପି ମୁହାଁ । ହେଲେ ଏଭଳି ସ୍ଥିତିରେ ବିଜେଡି ନେତାଙ୍କ ବୟାନବାଜି ବନ୍ଦ ହେଉନାହିଁ । ଆଜି ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି କିଛି ଦିନ ତଳେ  ବିଜେଡି ରୁ ବିଜେପି କୁ ଯାଇ ବିଧାୟକ ହୋଇଥିବା 22 ନେତା ଙ୍କ ଭିତରୁ 14 ଆମ ଯୋଗାଯୋଗ ରେ ଅଛନ୍ତି । ଆଉ ମୁନ୍ନା ଖାଁଙ୍କ ଏପରି ବୟାନ୍ କୁ ନେଇ ପୁଣି ଜୋର ଧରିଛି ରାଜନୀତି ।  ତେବେ ମୁନା ଙ୍କ ଏଭଳି ବୟାନ କୁ କଡା କାଉଣ୍ଟର କରିଛି ବିଜେପି ..ମୁନା ରାଜନୀତି ଜାଣି ନାହାନ୍ତି କହି ତାସଲ୍ୟ କରିବା ସହ ଗୋଟିଏ ହେଲେ ନା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
ସେପଟେ ସରକାର ରୁ ଯିବା ପରେ ଧୀରେ ଧୀରେ ଭୁଷୁଡୁଛି ବିଜେଡି ର ଗଡ଼..ବିଜେଡିରୁ ଇସ୍ତଫା ଦେଇଛନ୍ତି ମାଲକାନଗିରି କୋରୁକୋଣ୍ଡା ବ୍ଲକର ୭ ସମିତି ସଭ୍ୟ ଓ ସଭ୍ୟା । ୨ ବିଜେଡି ନେତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ସେମାନେ କରିଛନ୍ତି ଅଭିଯୋଗ..
ରାଜ୍ୟ ରେ ବିଜେପି ସରକାର ଆସିବା ପରେ ପ୍ରଥମେ ମମତା ମହନ୍ତ ଓ ପରେ ସୁଜିତ କୁମାର ଦୁଇ ରାଜ୍ୟ ସଭା ସାଂସଦ ଇସ୍ତଫା ଦେଇ ବିଜେପି ରେ ମିଶି ସାରିଲେଣି.. ଦଳ ର ବରିଷ୍ଠ ନେତା ପୂର୍ବତନ ବିଧାୟକ ଅମର ଶତପଥୀ ବି ଦଳ ଛାଡିଲେଣି.. କିଛି ଦିନ ତଳେ ଗଅଁଦିଆ ବ୍ଲକ ଅଧ୍ୟକ୍ଷ ଙ୍କ ସହ 30 ଜନ ପ୍ରତିନିଧି ବିଜେପି ରେ ସାମିଲ ହୋଇଥିଲେ.. ନିକଟରେ ବିଜେଡି ଛାଡିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବି କିଛି ଦିନ ଭିତରେ ପଦ୍ମ ଧରିବା ସୂଚନା ମିଳିଛି.. ଏଭଳି ସ୍ଥିତି ରେ ମୁନା ଙ୍କ ବୟାନ କଣ ଦଳରେ ଚାଲିଥିବା କନ୍ଦଳ ଓ ଦଳ ଛାଡୁଥିବା ନେତାଙ୍କ ସଂଖ୍ୟାରେ ବ୍ରେକ୍ ଲଗାଇ ପାରିବ । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD's frustration after leaving power | Argus News