Videos
|
Odisha

ବୁଣାକାରଙ୍କୁ ଅପମାନ କହି ବିଜେପିକୁ ଆଟାକ୍ ଏବେ ହେଲା ବୁମେରାଂ

Manini Pattanayak
Browse all articles by Manini Pattanayak
·2 years ago·2 min read
ବୁଣାକାରଙ୍କୁ ଅପମାନ କହି ବିଜେପିକୁ ଆଟାକ୍ ଏବେ ହେଲା ବୁମେରାଂ

ଭୁବନେଶ୍ୱର:  ବିଜୁ ଜନତା ଦଳକୁ ମହାଙ୍ଗା ପଡ଼ିଲା ଲୁଙ୍ଗି ରାଜନୀତି। ବୁଣାକାରଙ୍କୁ ଅପମାନ କହି ବିଜେପିକୁ ଆଟାକ୍ ଏବେ ହେଲା ବୁମେରାଂ। ବିଜେପିର ଦାବି ନବୀନ କିମ୍ବା ବିଜେଡି ମୁଖପାତ୍ର ପିନ୍ଧିନଥିଲେ ସମ୍ବଲପୁରୀ ଲୁଙ୍ଗି। ସାମ୍ବାଦିକ ସମ୍ମିଳନୀ କରି ଅସଲି ସମ୍ବଲପୁରୀ ଲୁଙ୍ଗି ଦେଖାଇଲା ବିଜେପି।  ବିଜେଡିର ଲୁଙ୍ଗି ଜବାବରେ ଭାଇରାଲ ହେଉଛି ଓଡ଼ିଆ ବରପୁତ୍ରଙ୍କ ସହ ଧର୍ମେନ୍ଦ୍ରଙ୍କ ଧୋତି ପିନ୍ଧା ଫଟୋ।   ବିଜେଡି ସଭାପତି ଲୁଙ୍ଗି ପିନ୍ଧି ଯୋଡ଼ିଶଙ୍ଖ ଦେଖାଇଲେ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୁଙ୍ଗି ବଦଳରେ ଧୋତି ପିନ୍ଧିଥିଲେ ଭଲ ହୋଇଥାନ୍ତା ପ୍ରତିକ୍ରିୟା ବିଜେଡିକୁ ବାଧିଲା। ବିଜେଡି ମୁଖପାତ୍ରମାନେ ଶେଷରେ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କଲେ। ଆଉ ଖେଳିଲେ ବୁଣାକାର କାର୍ଡ। କହିଲେ ସମ୍ବଲପୁରୀ ଲୁଙ୍ଗିକୁ ଏହା ଅପମାନ।  ବିଜେଡିର ଏହି ବୁଣାକାର ରାଜନୀତି ଏବେ ହୋଇଛି ଦଳ ପାଇଁ ବୁମେରାଂ। ବିଜେପିର ଦାବି ନା ନବୀନ ନା ମୁଖପାତ୍ର କେହିବି ପିନ୍ଧିନଥିଲେ ସମ୍ବଲପୁରୀ ବୁଣାକାରଙ୍କ ଲୁଙ୍ଗି। ଖାଲି ବାଦି କରିନି ସମ୍ବଲପୁରରେ ସମ୍ବାଦିକ ସମ୍ମିଳନୀ କରି ଅସଲି ସମ୍ବଲପୁରୀ ଲୁଙ୍ଗି କିଭଳି ଦେଖାଯାଏ ତାହା ପ୍ରଦର୍ଶିତ କରିଛି ବିଜେପି। 

ବିଜେଡିର ଲୁଙ୍ଗି ରାଜନୀତି ଏତିକିରେ ଅଟକିଲା ନାହିଁ। ନିର୍ବାଚନ ପାଇଁ ନାମାଙ୍କନ ଭରିବାକୁ ପାଟ ପଟୁଆରରେ ଲୁଙ୍ଗି ପିନ୍ଧି ବାହାରିଥିଲେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡ଼କାମୀ। କିନ୍ତୁ ମାନସଙ୍କର ଧଳା ସାର୍ଟ ସାଙ୍ଗକୁ ଦକ୍ଷିଣୀ ଷ୍ଟାଇଲରେ ଲୁଙ୍ଗି ପିନ୍ଧାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ପ୍ରଶ୍ନ ଉଠିଥିଲା ଓଡ଼ିଆ ହୋଇ ବିଜେଡି ନେତାମାନେ ଏଭଳି ଶୈଳୀରେ ଲୁଙ୍ଗି ପିନ୍ଧିବା ବିଜେଡିର ଉତ୍ତାରିଧିକାରୀଙ୍କୁ ଖୁସି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ତ ? ବିଜେଡି ନେତାଙ୍କ ଲୁଙ୍ଗି ପିନ୍ଧା ବିବାଦ ଭିତରେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି। ପ୍ରଥମେ-ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ – ଦ୍ବିତୀୟରେ - ନବକୃଷ୍ଣ ଚୌଧୁରୀ, ତୃତୀୟରେ - ବିଜୁ ପଟ୍ଟନାୟକଙ୍କ ସହ ଗୋଟିଏ ଫଟୋରେ ଚତୁର୍ଥରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତେ ଧୋତି ପିନ୍ଧିଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ବିଜେପି ନେତାଙ୍କ ଧୋତି ପିନ୍ଧା ଫଟୋ ବି ଏବେ ଚର୍ଚ୍ଚାରେ।  
 ଅଧିକ ପଢନ୍ତୁ  ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: