Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ବିଜେଡିର ଟଙ୍କା ରୋଜଗାରର ମାଧ୍ୟମ ସାଜିଛି କି ବାଲିଘାଟ ?

ବିଜେଡିର ଟଙ୍କା ରୋଜଗାରର ମାଧ୍ୟମ ସାଜିଛି କି ବାଲିଘାଟ ?

By: Banajyotshna Ray

Odisha| Sat, Dec 2 | 8:48 am

ବିଜେଡିର ଟଙ୍କା ରୋଜଗାରର ମାଧ୍ୟମ ସାଜିଛି କି ବାଲିଘାଟ ?

ଅର୍ଗସ ବ୍ୟୁରୋ:  କଟକରେ ବାଲିଚୋରିକୁ ନେଇ ପୂର୍ବତନ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହାଇକୋର୍ଟ। ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠକୁ ନେଇ ଖପ୍ପା ହାଇକୋର୍ଟ । ବେଆଇନ୍ ବାଲି ଚାଲାଣ ସମ୍ପର୍କିତ ସତ୍ୟପାଠକୁ ମିଛ କହିଲେ କୋର୍ଟ। ଆଉ ଏହି ମିଛ ସତ୍ୟପାଠ ପାଇଁ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ନେଇ କୋର୍ଟଙ୍କ କଡା ଆଭିମୁଖ୍ୟ । କାହିଁକି ହେବନି କାର୍ଯ୍ୟାନୁଷ୍ଠାନ ? ଜବାବ ଦେବାକୁ ନିର୍ଦ୍ଦେଶ।  ବେଆଇନ୍ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ କେତେ ଜରିମାନା ଆଦାୟ ହୋଇଛି , ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ସତ୍ୟପାଠ ଦାଖଲ କରିଥିଲା କଟକ ଜିଲ୍ଲା ପ୍ରଶାସନ। ଯାହାକୁ ନେଇ କୋର୍ଟଙ୍କ ଏହି ଅସନ୍ତୋଷ ।

ରାଜ୍ୟରେ ବାଲିଚୋରିର ସମାନ୍ତରାଳ ଅର୍ଥନୀତି । ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ଅଘୋଷିତ ମେଳି। ପରିଣାମ ସ୍ବରୂପ ପ୍ରତିଦିନ ଶହ ଶହ କୋଟିର ରାଜସ୍ବ ଲୁଟ୍ । ପୂର୍ବରୁ ପଶ୍ଚିମ , ଉତ୍ତରରୁ ଦକ୍ଷିଣ ସାରା ରାଜ୍ୟରେ ସକ୍ରିୟ ବାଲି ମାଫିଆ । ବେଆଇନ ବାଲି ଚାଲାଣ ଏବେ ପାର୍ଟିର ଫଣ୍ଡର ବଡ଼ ମାଧ୍ୟମ। ଆଳିରେ ମେସିନ ଲଗାଇ ଖରସ୍ରୋତା ବାଲି ଶୋଷିନେଉଛନ୍ତି ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।..ଯାଜପୁରର ବାଲିଖାଦାନ ବି ମାଫିଆଙ୍କ କବଜାରେ । ବିବାଦ ଘେରରେ ପାୱାରଫୁଲ୍ ବିଧାୟକ ପ୍ରଣବ ବଳବନ୍ତରାୟ ।

ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ରାଜ୍ୟ ସାରା ବାଲି ଲୁଟର ମାଳ  ମାଳ ଅଭିଯୋଗ। ରାଜନେତା, ପ୍ରଶାସନିକ ଅଧିକାରୀ ଆଉ ମାଫିଆଙ୍କର ତ୍ରିକୋଣୀୟ ମେଳିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ । ରାଜ୍ୟ ସାରା ଏମିତି ମାଳ ମାଳ ଅଭିଯୋଗ ସତ୍ତ୍ବେ ହେଉନି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ। ବଡ ପ୍ରଶ୍ନ, ସରକାରଙ୍କ ହାତ ବାନ୍ଧିଛି କିଏ ? ଲୁଟେରା ଅଫିସର ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored By!

Related Articles :