Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିକୁ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କ ସୁଅ

Odisha

ବିଜେପିକୁ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କ ସୁଅ

Ritu Das
Browse all articles by Ritu Das
·2 years ago·2 min read
ବିଜେପିକୁ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କ ସୁଅ

ଅର୍ଗସ ବ୍ୟୁରୋ: ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ତାଙ୍କ ସହ ବୁଧନାଥ ବାରିକ, ଅମୂଲ୍ୟ କୁମାର ମହାପାତ୍ର, ବଳରାମ ମଲ୍ଲିକ, କୈଳାଶଚନ୍ଦ୍ର ସେଠୀ, ସୁରେନ୍ଦ୍ର ସେଠୀ, ରାଜେନ୍ଦ୍ର ସାହୁ, ରଶ୍ମି ପଣ୍ଡା, ରଞ୍ଜିତ କୁମାର ଜେନା, ଶ୍ରୀଧର ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଢୀ ଆଜି ନିଜ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଜିଲ୍ଲାର ବରିଷ୍ଠ ବିଜେଡି ନେତା ଦେବ ମାଡକାମୀ, ବିଶ୍ୱନାଥ ସରକାର, ଜିତେନ୍ଦ୍ର ସାମଲ ବିଜେପିରେ ଯୋଗ ଦେଇଛନ୍ତି । କମଳାକାନ୍ତ ଶର୍ମା, ଜ୍ୟୋତିରଞ୍ଜନ ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲା ୨୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ତଥା ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ ବିପିନ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟ ଜତିନ୍ଦ୍ର ପାତ୍ର, ସାରଥୀ ପ୍ରସାଦ ଗୌଡ, ସନ୍ତୋଷ ଚୌଧୁରୀ, ବାବୁ ଗୌଡ, ପୂର୍ବତନ ସରପଂଚ ହରିବନ୍ଧୁ ରେଡ୍ଡୀ, ଅସୀତ କୁମାର ସାହୁ, ଉଦୟନାଥ ସ୍ୱାଇଁ, କୃଷ୍ଣ ସାହୁ, ନିରାକାର ପ୍ରଧାନ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳର ପୂର୍ବତନ ଗଞ୍ଜାମ ଜିଲ୍ଲା ଉପସଭାପତି ବନମାଳୀ ସେଠୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆଜି ଆନୁଷ୍ଠାନିକଭାବେ ବିଜେଡି ତ୍ୟାଗ କରି ବିଜେପିରେ ମିଶିଛନ୍ତି ।

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡାଙ୍କ ସହ ମଧୁସୂଦନ ଜେନା, ବାବୁଲା ଜେନା, କୁନୁରୀ ଜେନା, ପ୍ରଫୁଲ୍ଲ ଜେନା, ସୁବାଷ ଜେନା, ମନୋରଞ୍ଜନ ଜେନା, ଦେବାଶିଷ ଜେନା, ବାବାଜୀ ଜେନା; ରଣଜିତ ଗ୍ରାମ ପଂଚାୟତର ଆନନ୍ଦ ସେଠୀ, ବାବୁଲା ମାଝୀ, ଘନଶ୍ୟାମ ବେହେରା, ବେଣୁଧର ଜେନା; ପାଟୁଳି ଗ୍ରାମ ପଂଚାୟତର ନରସିଂହ ଗିରି, ବିରେନ୍ଦ୍ର ପତି, ଶରତ ଚନ୍ଦ୍ର ପତି, ଅରେଇକଣାର ସୁଶାନ୍ତ କୁମାର ମହାପାତ୍ର, ଯୋଗେନ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ବନ୍ତ ବ୍ଲକ ପୁରୁଷଣ୍ଡ ପଂଚାୟତର ମାନସ ରଞ୍ଜନ ପଣ୍ଡା, ପ୍ରଭାକର ସାହୁ, ପ୍ରଦୀପ କୁମାର ଦାସ ଏବଂ ବିଟିପୁର ଗ୍ରାମ ପଂଚାୟତର ଲକ୍ଷ୍ମୀଧର ସାହୁ, କୈଳାଶ ମହାପାତ୍ର, ସନାତନ ପଲେଇ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ଭୁବନେଶ୍ୱରରୁ ଅନୁଶ୍ରୀ ଦାସ, ଜଟଣୀ ବିଧାନସଭାରୁ ଛାତ୍ର କଂଗ୍ରେସ ସଭାପତି ମହମ୍ମଦ ଅସ୍‌ଫାଖ୍ ବିଜେପିରେ ସାମିଲ ହୋଇଛନ୍ତି ।
ନୟାଗଡ ଜିଲ୍ଲା ଖଣ୍ଡପଡାର ଦୁଷ୍ମନ୍ତ ସ୍ୱାଇଁ, ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ସୀତା ସ୍ୱାଇଁ, ଉଜ୍ଜଳ ମହାରଣା, ଗୀତାଞ୍ଜଳୀ ବେହେରା, ଯୁଧିଷ୍ଠିର ଦାଶ ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।
ଏହି ମିଶ୍ରଣ ପର୍ବରେ ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ଡିଜି ଓ ବରିଷ୍ଠ ନେତା ପ୍ରକାଶ ମିଶ୍ର, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
bjd's no of | Argus News