ଓଡ଼ିଶାର ବାକି ଥିବା 3 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଅର୍ଗସ ବ୍ୟୁରୋ: ଓଡ଼ିଶାର ବାକି ଥିବା 3 ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। କଟକରୁ ଭର୍ତ୍ତୃହରି ମହାତାବଙ୍କୁ ଟିକେଟ୍ ମିଳିଥିବା ବେଳେ କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀ ହେବେ ବିଜେପି ପ୍ରାର୍ଥୀ। ସେହିପରି ଯାଜପୁର ଆସନରୁ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ମିଳିଛି ଟିକେଟ। ପୂର୍ବରୁ 18 ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ଆଜିର 3 ପ୍ରାର୍ଥୀଙ୍କୁ ମିଶାଇ ସମସ୍ତ 21 ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଓଡିଶାର 3 ଆସନ ସମେତ ପଞ୍ଜାବର 6ଟି ଆସନ, ପଶ୍ଚିମବଙ୍ଗର 2 ଆସନ ପାଇଁ ଯୋଦ୍ଧାଙ୍କ ନାମ ଘୋଷଣା ହୋଇଛି।
ଅନ୍ୟପଟେ କଟକରେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମୁହାଁମୁହିଁ ହେବେ । ସେହିପରି ଯାଜପୁରରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏବଂ କନ୍ଧମାଳରେ ବିଜେପିର ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଫାଇଟ୍ ।
ଏବେ ଆସନ୍ତୁ ବିଜେପିରୁ ପୂର୍ବରୁ ଘୋଷଣା ହୋଇଥିବା 18 ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ:
ସମ୍ବଲପୁରରୁ: ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରରୁ ଲଢ଼ିବେ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ବର-ଅପରାଜିତା ଷଡ଼ଙ୍ଗୀ, ବରଗଡ଼-ପ୍ରଦୀପ ପୁରୋହିତ, ଜଗତସିଂହପୁର-ବିଭୁପ୍ରସାଦ ତରାଇ, କୋରାପୁଟ-କାଲେରାମ ମାଝୀ, କେନ୍ଦ୍ରାପଡା-ବୈଜୟନ୍ତ ପଣ୍ଡା
ଆସ୍କା-ଅନୀତା ଶୁଭଦର୍ଶିନୀ, କଳାହାଣ୍ଡି-ମାଳବିକା କେଶରୀ ଦେବ, ପୁରୀ-ସମ୍ବିତ ପାତ୍ର, ବଲାଙ୍ଗିର-ସଂଗୀତା ସିଂହଦେଓ, ନବରଙ୍ଗପୁର-ବଳଭଦ୍ର ମାଝୀ, ଭଦ୍ରକ-ଅଭିମନ୍ୟୁ ସେଠୀ, ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ-ନବ ଚରଣ ମାଝୀ, ବାଲେଶ୍ବର-ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼-ଜୁଏଲ ଓରାମ, କେନ୍ଦୁଝର-ଅନନ୍ତ ନାଏକ।
ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି..ଆସନ୍ତୁ ନଜର ପକାଇବା ଯେ, ବିଜେପି ଓ ବିଜେଡି ମଧ୍ୟରେ ଲୋକସଭାରେ କେଉଁଠି ପ୍ରତିଦ୍ବନ୍ଦୀ କିଏ ?
ସମ୍ବଲପୁରରେ ହେବ ବିଗ୍ ଫାଇଟ୍ । ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
📱 Get Argus News App
✨ସେହିପରି ଭୁବନେଶ୍ବରରେ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ମନ୍ମଥ ରାଉତରାୟ
ଜଗତସିଂହପୁରରେ ବିଜେପିରୁ ବିଭୁପ୍ରସାଦ ତରାଇ - ବିଜେଡିରୁ ରାଜଶ୍ରୀ ମଲ୍ଲିକ
କୋରାପୁଟରେ ବିଜେପିରୁ କାଲେରାମ ମାଝୀ - ବିଜେଡିରୁ କୌଶଲ୍ୟା ହିକ୍କକା
କେନ୍ଦ୍ରାପଡାରେ ବିଜେପିରୁ ବୈଜୟନ୍ତ ପଣ୍ଡା - ବିଜେଡିରୁ ଅଂଶୁମାନ ମହାନ୍ତି
ଆସ୍କାରେ ବିଜେପିରୁ ଅନୀତା ଶୁଭଦର୍ଶିନୀ - ବିଜେଡିରୁ ରଞ୍ଜିତା ସାହୁ
କଳାହାଣ୍ଡିରେ ବିଜେପିରୁ ମାଳବିକା କେଶରୀ ଦେବ - ବିଜେଡିରୁ ଲମ୍ବୋଧର ନିଆଳ
ପୁରୀରେ ବିଜେପିରୁ ସମ୍ବିତ ପାତ୍ର - ବିଜେଡିରୁ ଅରୂପ ପଟ୍ଟନାୟକ
ନବରଙ୍ଗପୁରରେ ବିଜେପିରୁ ବଳଭଦ୍ର ମାଝୀ - ବିଜେଡିରୁ ପ୍ରଦୀପ ମାଝୀ
ସୁନ୍ଦରଗଡ଼ରେ ବିଜେପିରୁ ଜୁଏଲ ଓରାମ - ବିଜେଡିରୁ ଦିଲ୍ଲୀପ ତିର୍କୀ
ଏମାନଙ୍କ ମଧ୍ୟରେ ହେବ କଡ଼ା ଟକ୍କର୍...ଏବେ ବି ବିଜେଡ଼ିରୁ ଆଉ 6 ପ୍ରାର୍ଥୀ ନାଁ ଘୋଷଣା ବାକି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: