|
logo
Live
Argus News App
GET APP

Argus News - ଏ ପ୍ରଶ୍ନର ଉତ୍ତର ଦେବ କିଏ ?

Odisha

ଏ ପ୍ରଶ୍ନର ଉତ୍ତର ଦେବ କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·4 min read
ଏ ପ୍ରଶ୍ନର ଉତ୍ତର ଦେବ କିଏ ?

Key Points

  • ବବିଙ୍କୁ ୬ ପ୍ରଶ୍ନ
  • ସାହସ ଅଛି ଯଦି ଉତ୍ତର ରଖନ୍ତୁ
  • ମିଛ କହିକହି ଆଉ କେତେଦିନ ଲୁଚିବେ ?

ଅର୍ଗସ ବ୍ୟୁରୋ: ମିଛ କହିବାରେ ବବି ଧୁରନ୍ଧର । କେମିତି ମିଛ କହି ଦୁର୍ନୀତି କରିବେ ? କେମିତି ଅନ୍ୟକୁ ଅସମ୍ମାନିତ କରିବେ ସେ ପାଠ ସେ ଭଲରେ ପଢିଛନ୍ତି । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାରେ ମାହିର । ହେଲେ ଜନତା ଏତେ ବୋକା ନୁହନ୍ତି ଯେ ସେ ଯାହା କହିବେ ତାକୁ ବିଶ୍ଵାସ କରିବେ । କାରଣ ସପ୍ତାହେ ତଳେ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଏମିତି ଖଣ୍ଡି ଇଂରାଜୀରେ ସାକ୍ଷାତକାର ଦେଲେ ଯେ କମ୍ପାନୀ ସେ ଭିଡିଓ ଡିଲିଟ କଲା, ପରେ ପ୍ରଶ୍ନ ହେବା ପରେ ରି-ଏଡିଟ କରି ଅପଲୋଡ୍‌ କଲା । କିନ୍ତୁ କୁହାଳିଆ ବବି ସେନେଇ ମୁହଁ ଖୋଲିଲେ ନାହିଁ । ସତସାହସ ଥିଲା ଯଦି କହିଲେନି କାହିଁକି ଭିଡିଓ ଡିଲିଟ ହେଲା ବୋଲି ? ଏ କଥା ଛାଡନ୍ତୁ, ବବି ପ୍ରତି ମୁହୂର୍ତ୍ତରେ କେନ୍ଦ୍ରକୁ ପ୍ରଶ୍ନ କରିବାରେ ଓସ୍ତାତ ଅଛନ୍ତି । ହେଲେ ଏବେ ଜନତା ଯେଉଁ ପ୍ରଶ୍ନ କରିଛନ୍ତି ସେନେଇ ଉତ୍ତର ରଖିବେ କି ?

ଯାଜପୁରର ବିଧାୟକ, ଏବେ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ନିର୍ବାଚନରେ ପ୍ରାର୍ଥୀ ହେବା ଦିନରୁ ହିଁ କେବଳ ମିଛ ଉପରେ ମିଛ କହୁଛନ୍ତି । ହେଲେ ବିଜେପି ପକ୍ଷରୁ ତାଙ୍କୁ ୧୦ଟି ପ୍ରଶ୍ନ ପଚରାଯାଇଛି । ହେଲେ ଉତ୍ତର ଦେବେ ତ ବବି ବାବୁ ?
ପ୍ରଶ୍ନ ନଂ-୧

କେତେ ପାଠ ପଢିଛନ୍ତି ବବି ? କେତେବେଳେ ଯୁକ୍ତ-୨ କଳା କହୁଛନ୍ତି ତ ଆଉ କେତେବେଳେ ବିଜ୍ଞାନ ପଢିଥିବା କଥା କହୁଛନ୍ତି । ପ୍ରକୃତରେ ସେ ନିଜେ କଣ ପଢିଛନ୍ତି ଜାଣିଛନ୍ତି ତ ? କମ୍‌ ପାଠ ପଢିବା ଯେ ଅପରାଧ ସେ କଥା ଆମେ ଆଦୌ କହୁନାହୁଁ, ହେଲେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଛ କହିବା ଆଦୌ ଗ୍ରହଣୀୟ ନୁହେଁ । ଯିଏ ନିଜ ଶିକ୍ଷାଗତ ଯୋଗ୍ୟତା ଲୁଚାଇପାରୁଛି, ସିଏ ଭୋଟ ନେବା ପରେ ଲୋକଙ୍କୁ ବି ଭଣ୍ଡାଇ ନଦେବ ସେ କଥା କିଏ କହିବ ? ପ୍ରକୃତରେ ବବି ଶିକ୍ଷାଗତ ଯୋଗ୍ୟତାକୁ ନେଇ ମିଛ କହିଛନ୍ତି କି ନାହିଁ ଉତ୍ତର ଦେବେ କି ?
ପ୍ରଶ୍ନ ନଂ-୨

୨୦୦୯ ମସିହାରେ ପାରାଦୀପରୁ ଲୁହାପଥର ନେଇ ଚୀନକୁ ଯାଉଥିଲା ଏକ ମାଲବୋଝେଇ ଜାହାଜ । ହେଲେ ଏହା ବନ୍ଦର ଛାଡିବାର ମାତ୍ର କିଛି ଦୂରରେ ବୁଡ଼ିଗଲା । ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଥିବାରୁ ସରକାର ତଦନ୍ତ ଚାପିବାକୁ ଚେଷ୍ଟା କରିଥିଲେ । ମାମଲାର ତଦନ୍ତ ପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ଭାରତ ସରକାର ଦାବି କରିବା ପରେ ବି ତଦନ୍ତ ହେଲାନି । କାରଣ ବବିଙ୍କ  ଭାଇ ସୂର୍ଯ୍ୟପ୍ରକାଶ ଦାସ ଏହି ମାମଲାରେ ରହିଥିଲେ । ତେଣୁ ତାଙ୍କ ନାଁ କ୍ରାଇମବ୍ରାଂଚ ତଦନ୍ତ ରିପୋର୍ଟରେ ରଖିନଥିଲା ।
ପ୍ରଶ୍ନ ନଂ-୩

ଡଙ୍କାରୀ ଦୁର୍ନୀତିର ମାଷ୍ଟରମାଇଣ୍ଡ ବବି । ଖାଲି ବବି କାହିଁକି ବରଂ ବବି-ଜିତୁ-ଡାନି ଯୋଡି ଯାଜପୁରର ଡଙ୍କାରୀ ପାହାଡ଼ ଖାଇ ଖୋଳ କରିଦେଲଣି । କଳା ଟଙ୍କା ଆଦାୟ କରି କୋରେଇରେ ନେଇ ବାଣ୍ଟୁଛନ୍ତି । ମନେଥିବ ସଜସଜ କେମିତି ତାଙ୍କର ଖାସ ଠିକାଦାରଙ୍କଠୁ ୫ କୋଟି ଟଙ୍କା ଜବତ କରିଥିଲା ଆଇଟି ଟିମ । ଦୁର୍ନୀତି କରି କୋଟି କୋଟି ଟଙ୍କା ଆଦାୟ କରୁନାହାନ୍ତି ବୋଲି କହିପାରିବେ କି ?   
ପ୍ରଶ୍ନ ନଂ-୪

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାଜପୁରର ଲଗାତାର ତିନି ଥର ବିଧାୟକ ହେଲେ । ହେଲେ ୫ ବର୍ଷ ଭିତରେ ମାତ୍ର ଗୋଟିଏ ପ୍ରଶ୍ନ କରି ବସିଗଲେ । ଗୃହର ଗୋଟିଏ ବିତର୍କରେ ବି ସେ ଭାଗନେଲେନି । ମନ୍ତ୍ରୀ ଯେତେଦିନ ଥିଲେ ଥରେ ହେଲେବି ବିଧେୟକ ପ୍ରସ୍ତୁତ କଲେନି । ବିଧାୟକ ଉନ୍ନୟନ ପାଣ୍ଠିରୁ  ୫୬ ପ୍ରତିଶତ ଅର୍ଥ ନେଲେ, ହାତକୁ ନେଇଥିବା ୧୯୯ ପ୍ରକଳ୍ପ ଭିତରୁ ୬୪ (32.16 ପ୍ରତିଶତ) ପ୍ରକଳ୍ପ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହେଲାନି । ଏଯାଏଁ ବି ୪ଟି ପ୍ରକଳ୍ପ ଆରମ୍ଭ ହେଲାନି । ବିଧାନସଭାରେ ଲୋକଙ୍କ ଲାଗି ତ ପ୍ରଶ୍ନ କଲେନି ବରଂ କେମିତି ବିଧାୟକଙ୍କ ଚକଚକିଆ ଘର ହେବ ସେନେଇ ପ୍ରଶ୍ନ କଲେ । ଆଉ ଏହାରି ଭିତରେ ଦିଲ୍ଲୀ ଯିବାକୁ ପ୍ଲାନ କଲେ । ହେଲେ ସେଇଠି କାହାର ତମ୍ବୁ ଟାଣିବେ ନା ଟ୍ରାଫିକ୍‌ ମ୍ୟାନେଜ କରିବେ ?
ପ୍ରଶ୍ନ ନଂ-୫

ବବିଙ୍କ ବାପା ଅଶୋକ ଦାସ । ସ୍ଵାଭିମାନି ନେତା । ପ୍ରାଣ ହରାଇବା ପର୍ଯ୍ୟନ୍ତ ଜନତା ଦଳ ଛାଡିନଥିଲେ । ହେଲେ ତାଙ୍କରି ପୁଅ ବବି । କିଛି କ୍ଷମତା ଲୋଭରେ ତାମିଲ ନେତାଙ୍କ ଟେଣ୍ଟ ବାନ୍ଧିଲେ ପୁଣି ଟ୍ରାଫିକ ଜଗିଲେ । ବେଳେବେଳେ ଲୋକ ଯୋଗାଡ ବି କଲେ । ଏ ସବୁ ଦେଖିବା ପରେ ସ୍ଵର୍ଗରେ ରହି ନିଶ୍ଚତ ଅଶୋକ ବାବୁ ନିଶ୍ଚୟ ମନଦୁଃଖ କରୁଥିବେ । ଆଉ କହୁଥିବେ ମୋରି ଔରସରୁ ଜନ୍ମିତ ପୁଅ ଏମିତି କେମିତି ମୁଣ୍ଡ ବିକିଲା ? 
ପ୍ରଶ୍ନ ନଂ-୬

କଥାରେ ଅଛି ପାଣି ବିନା ମାଛ ଯେମିତି ଛଟପଟ ହୁଏ, ଠିକ୍‌ କ୍ଷମତା ବିନା ନେତାଏ ବି ସେମିତି ହୁଅନ୍ତି । ବବି ଥରେ ଛାତିରେ ହାତ ରଖି କୁହନ୍ତୁ ନିଜ ପରିବାର ଲାଗି ଦଳର ନିୟମ ଭାଙ୍ଗିନାହାନ୍ତି । ଦଳରେ ନିୟମ ହୋଇଥିଲା କି ଗୋଟିଏ ପରିବାରରୁ କେବଳ ଜଣଙ୍କୁ ହିଁ ଟିକଟ ଦିଆଯିବ । ହେଲେ କେମିତି ବବି ଫନ୍ଦି କରି ନିଜେ ଟିକଟ ନେଲେ ଏବଂ ନିଜ ମାଆଙ୍କୁ ବି ଟିକଟ ଦେଲେ ତାହାକୁ ନେଇ କେବେ ମୁହଁ ଖୋଲିବେ ବବି ?

କଥାରେ ଅଛି କୁହାମୁଣ୍ଡା କପିଳା । ବବି ସେମାନଙ୍କ ଭିତରୁ ଅନ୍ୟତମ । କେବଳ କଥା କହି କହି ନିର୍ବାଚନ ଜିତିଯାଇଛନ୍ତି ହେଲେ କାମ ପୂରା ଶୂନ । କାରଣ ପୂର୍ବରୁ ତ ତାଙ୍କ ଦଳର ନମ୍ବର-୨ନେତା ପାଣ୍ଡିଆନ କହିଥିଲେ ବବି ବାବୁ କଥାରେ ବିଶ୍ଵାସ କରନ୍ତି । ଆଉ ଏବେ ସେହି କଥା ପୂରା ପ୍ରମାଣିତ ହୋଇଛି । ତେବେ ସମୟ କହିବ କେବେ ଉତ୍ତର ଦେଉଛନ୍ତି ବବି ?
 

Sponsored
ଏ ପ୍ରଶ୍ନର ଉତ୍ତର ଦେବ କିଏ ? | Argus News