ବଢୁଛି ବିଜେପି ଶକ୍ତି ଦୁର୍ବଳ ହେଉଛି ବିଜେଡ଼ି ଓ କଂଗ୍ରେସ ଶକ୍ତି

ଅର୍ଗସ ବ୍ୟୁରୋ : ପୁଣି ତାମିଲ ଶାସନରେ ଅତ୍ୟାଚାରିତ ବିଜେଡ଼ି ନେତା । ଜଣକ ପରେ ଜଣେ ଆଗଧାଡ଼ିର ନେତା ଛାଡ଼ୁଛନ୍ତି ବିଜେଡ଼ି ଦଳକୁ । କାହାକୁ କହିବ କିଏ ଶୁଣିବ ଚିନ୍ତାରେ ବିଜେଡ଼ି ନେତା ଓ କର୍ମୀ । ବଢୁଛି ବିଜେପି ଶକ୍ତି ଦୁର୍ବଳ ହେଉଛି ବିଜେଡ଼ି ଶକ୍ତି । ଗୋଟିଏ ପଟେ ବିଜେପିରେ ଯୋଗ ଦେଉଛନ୍ତି ବିଜେଡ଼ି ଓ କଂଗ୍ରେସ ନେତା । ସେପଟେ ଆସ୍ତେ ଆସ୍ତେ ଦୁର୍ବଳ ହେଉଛି ବିଜେଡ଼ି ଓ କଂଗ୍ରେସ ଦଳ । ଏବେ ଦେଖିବାକୁ ଗଲେ ବିଜେଡ଼ିରେ ଚାଲିଛି ଛାଡ଼ିବା ପ୍ରତିଯୋଗିତା । ଆସ୍ତେ ଆସ୍ତେ ବିଜେଡ଼ି ଛାଡୁଛନ୍ତି ବିଜେଡ଼ି ନେତା । ଯେମିତି ଲାଗୁଛି ବିଜେଡ଼ି ହୋଇଯିବ ନେତା ଶୂନ୍ୟ ।
କଣ ପାଇଁ ବିଜେଡ଼ି ଛାଡ଼ୁଛନ୍ତି ବିଜେଡ଼ି ନେତା ? କାହା ସ୍ବାର୍ଥ ପାଇଁ ଜଣକ ପରେ ଜଣେ ନେତା ଛାଡ଼ୁଛନ୍ତି ଦଳ ? ତାମିଲ ବାବୁଙ୍କ ଆକ୍ସନର ଏ ରିଆକ୍ସନ ନୁହେଁ ତ । ସେପଟେ ପ୍ରେସମିଟ କରି ବିଜେଡ଼ି ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ମୋହନ ମାଝି । କହିଛନ୍ତି, ବିଜେଡ଼ିରେ ଚାଲିଛି ତାମିଲ ସାଶନ । ଯାହା ପାଇଁ ଦଳରେ ଅନେକ ଆଗଧାଡ଼ି ନେତା ବର୍ତ୍ତମାନ କଣ ଠେସା ହୋଇ ରହିଛନ୍ତି । ଯୋଉଥି ପାଇଁ ବିଜେଡ଼ି ଦଳ ଛାଡ଼ି ବାକୁ ବାଧ୍ୟ ବୋଉଛନ୍ତି ବିଜେଡ଼ି ନେତା । କିଛି ଦିନ ପୂର୍ବରୁ ବିଜେଡ଼ି ଦଳ ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ତାର କିଛି ଦିନ ପରେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଯାହା ବିଜେଡ଼ି ଦଳକୁ ଏକ ସକ୍ତ ଧକ୍କା ଲାଗିଥିଲା ।
📱 Get Argus News App
✨ଏବେ ପୁଣି ବିଜେଡ଼ି ଲାଗିଛି ଆଉ ଏକ ଶକ୍ତ ଧାକ୍କା । କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡ଼ି ଦଳ କରିଛନ୍ତି ବାଏ ବାଏ । ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ବିଜେଡ଼ିର ପାୱାର କରିଡରରେ କମ୍ପନ ହୋଇଛି । ନିର୍ବାଚନ ପୂର୍ବରୁ ଦଳର ଜଣେ ଷ୍ଟାଣ୍ଡିଂ ବିଧାୟକଙ୍କ ଇସ୍ତଫା ବିଜେଡିର ଦଳୀୟ ବିଶୃଙ୍ଖଳାକୁ ପୁଣି ଥରେ ପଦାରେ ପକାଇ ଦେଇଛି । ଇସ୍ତଫା ପତ୍ର ଅକ୍ଟୋବର ମାସରୁ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲରେ ପଠାଇଥିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ହେଲେ ତଙ୍କୁ ମନାଇବାରେ ବିଫଳ ହୋଇଛନ୍ତି ବିଜେଡି ମଙ୍ଗୁଆଳ । ଚାରି ମାସ ପରେ ବାହାରକୁ ଆସିଛି ପ୍ରେମାନନ୍ଦଙ୍କ ଇସ୍ତଫା ପତ୍ର । ପ୍ରେମାନନ୍ଦଙ୍କ ଅଭିଯୋଗ ତାଙ୍କୁ ଅଣଦେଖା କରାଯାଉଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିବାକୁ ଦିଆଯାଉନଥିଲା ।