Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ଓ କଂଗ୍ରେସ ନେତା ଏବେ ବିଜେପି ମୁହାଁ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡି ଓ କଂଗ୍ରେସ ନେତା ଏବେ ବିଜେପି ମୁହାଁ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଯାହା ଏହି ମିଶ୍ରଣ ପର୍ବ କହୁଛି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀ ରବିନ୍ଦ୍ର କୁମାର ପାଟ୍ଟଯୋଶୀ, ବିଜେଡି ନେତା ଦେବ ପ୍ରସାଦ ନାଏକ, ରୁଦ୍ର ମାଝୀ, ପିତାମ୍ବର ମାଝୀ, ପୂର୍ବତନ ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ଭଇଁସାଲ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଜଗନ୍ନାଥ ମଲ୍ଲିକ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ମଧ୍ୟ ସାମିଲ ହୋଇଛନ୍ତି । 

ଛାତ୍ର କଂଗ୍ରେସର ପୁର୍ବତନ ରାଜ୍ୟ ଉପସଭାପତି ବିପ୍ଳବ ପରିଡାଙ୍କ ସହ ଅନେକ କଂଗ୍ରେସ ସର୍ମୀ ମଧ୍ୟ ସାମିଲ ହୋଇଛନ୍ତି । ଏହି  ଅବସରରେ ମଧ୍ୟ ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଗୃପର ଚେୟାରମ୍ୟାନ ଦିନବନ୍ଧୁ ନାୟକଙ୍କ ନେତୃତ୍ୱରେ ଅନେକ କର୍ମୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, ଓଡ଼ିଶାରେ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । କିନ୍ତୁ ଏଠି ମଦର ବନ୍ୟା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି, ଭ୍ରଷ୍ଟାଚାରରେ ଓଡିଶା ନଂ ୧ରେ ଅଛି । ବିଜେଡି ସରକାର ଗଣତନ୍ତ୍ରକୁ ହତ୍ୟା କରିଛି । ଦେଢ଼ କୋଟି ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।

ରାଜ୍ୟରେ ବିଜେଡି ସରକାର ମା’ମାନଙ୍କୁ ‘ଭୋଟ ବ୍ୟାଙ୍କ’ ଭାବେ ବ୍ୟବହାର କରି ଶାସନ ଗାଦିରେ ବସିଛି । ବିଜେଡି ଶାସନରେ ରହିବା ପାଇଁ ଓଡିଆ ଇଷ୍ଟଦେବ ଜଗନ୍ନାଥଙ୍କୁ ମଧ୍ୟ ଅପମାନିତ କରିବାରେ ପଛାଇନାହିଁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଯୋଗ ଦେଇଥିବା କର୍ମୀ ।
 

Sponsored
bjp bjd congress | Argus News