Nuapada By Election / ଅଷ୍ଟମ ରାଉଣ୍ଡ: ବିଜେପି ପ୍ରାର୍ଥୀ ୨୮,୮୮୮ ଭୋଟରେ ଆଗୁଆ
·4 months ago·2 min read

Key Points
ଚାଲିଛି ଭୋଟ ଗଣତି
ଆଜି ସାଢ଼େ ୨ଟା ସୁଦ୍ଧା ଆସିବ ନୂଆପଡା ରେଜଲ୍ଟ
ଅଷ୍ଟମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି
ଆଜି ସାଢ଼େ ୨ଟା ସୁଦ୍ଧା ଆସିବ ନୂଆପଡା ରେଜଲ୍ଟ
ଅଷ୍ଟମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି
ବିଜେପି ପ୍ରାର୍ଥୀ ଆଗୁଆ । ପ୍ରଥମ ରାଉଣ୍ଡରେ ଆରମ୍ଭ କରି ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ଆଗରେ ଟ୍ରେଣ୍ଡ କରୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ। ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି। ଅଷ୍ଟମ ରାଉଣ୍ଡ ଭୋଟ ଗଣତିର ଫଳାଫଳ ଅନୁସାରେ, ୨୮,୮୮୮ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୪୧,୫୨୦ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୨,୬୩୨ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୧୦,୬୪୯ ଭୋଟ୍ ।
ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଭୋଟ ଗଣତି ହିସାବରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ। ୩୫୮ ଟି ବୁଥରେ ମତ ଗଣତି ଚାଲିଛି । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍ ଗଣତି ହେବ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି।
ଏଥିସହ ପଢ଼ନ୍ତୁ: ନୂଆପଡ଼ା: ସପ୍ତମ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ
ଆଜି ଜଣାପଡ଼ିବ ନୂଆପଡ଼ା କାହାର । ନୂଆପଡ଼ା ବ୍ୟାଟେଲରେ କିଏ ମାରିବ ବାଜି ? କିଏ ହେବ ନୂଆପଡାର ନୂଆ ନେତା ? ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ। ଆରମ୍ଭ ହୋଇସାରିଛି ଗଣତି । ୧୪ଟି ଟେବୁଲରେ ହେବ ୨୬ ରାଉଣ୍ଡ ଗଣତି । କାହାକୁ ବିଜୟ ମୁକୁଟ ପିନ୍ଧାଇବେ ନୂଆପଡ଼ାବାସୀ ? ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories