Videos
|
Odisha

ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ

Ritu Das
Browse all articles by Ritu Das
·2 years ago·1 min read
ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ

ଅର୍ଗସ ବ୍ୟୁରୋ: ଭୋଟ ପୂର୍ବରୁ ଗଞ୍ଜାମରେ ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ । ପୋଷ୍ଟର ମରାକୁ କେନ୍ଦ୍ରକରି ଆକ୍ରମଣ କରିଛନ୍ତି ବିଜେଡି କର୍ମୀମାନେ । ଘଟଣା ଘଟିଛି ଗଞ୍ଜାମ ଏନ ଏ ସି ୬ ନମ୍ବର ୱାର୍ଡରେ। ବିଜେପି କର୍ମୀ ଜି.ଗୋବିନ୍ଦ ରେଡ୍ଡୀ ଙ୍କୁ ଅନ୍ୟ ଏକ ବିଜେଡି ଦଳର ସମର୍ଥକମାନେ ଠେଙ୍ଗା ଓ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ପ୍ରଥମେ ଗଞ୍ଜାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଛି। ଏନେଇ ପ୍ରତିବାଦ କରିବାରୁ ଗଞ୍ଜାମ ବ୍ଳକ୍, ଗଞ୍ଜାମ ଓ ରମ୍ଭା ଏନଏସିର ଶହ ଶହ ବିଜେପି କର୍ମୀ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଏବଂ ବିନୋଦ ପାଢୀଙ୍କ ନେତୃତ୍ୱରେ ଗଞ୍ଜାମଉ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ। 

ଗଞ୍ଜାମ ଆଇଆଇସି ଏବଂ ସ୍ବତନ୍ତ୍ର ପୋଲିସ ସ୍କ୍ବାଡ ଡାକ୍ତରଖାନାରେ ପହଞ୍ଚି ବୁଝାଶୁଝା କରିବା ପରେ ମାମଲା ଥଣ୍ଡା ପଡିଥିଲା। ଗୋବିନ୍ଦ ଗତକାଲି ନିଜ ଅଞ୍ଚଳରେ ଦଳୀୟ ପ୍ରାଚୀରପତ୍ର ମାରିବା ବେଳେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଆଜି ବିଳମ୍ବିତ ସନ୍ଧ୍ୟାରେ ସେ କିଛି ପ୍ରାଚୀରପତ୍ର ଧରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଓ ସଂଘବଦ୍ଧ ଆକ୍ରମଣ କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP candidate | Argus News