ବିଜେପି ଓଡିଶାକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ । ଦିନ ତମାମ ବିଭିନ୍ନ ମନ୍ଦିର ପହଁଚି ଦର୍ଶନ କରିବା ସହ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାନେଶ୍ବର ସ୍ଥିତ ମାନଧାତା ଶିବ ମନ୍ଦିର ଦର୍ଶନ କରିବା ପରେ ବୃକ୍ସ ହୁଇଲ ସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ସମ୍ୱଲପୁରରେ ଏକ ପ୍ରେସ ମିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ କହିଛନ୍ତି ଯେ, ସମ୍ୱଲପୁରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ। ସମ୍ୱଲପୁରରେ ପିଇବା ପାଣି, ପରିମଳ, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଉ। ଏନେଇ ମ୍ୟୁନିସିପାଲଟି ଅଧିକାରୀଙ୍କୁ ପରାମର୍ଶ ଦେଇଛି। ବିଜେପି ଓଡିଶାକୁ ଆଗକୁ ନେବା ପାଇଁ ପ୍ରତିବଦ୍ଧ।
ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଜେପି ସଂକଳ୍ପପତ୍ରରେ ଧାନ MSP 3100 ଟଙ୍କା କରିବାକୁ କହିଛି'। ସୁଭଦ୍ରା ଯୋଜନାରେ ମହିଳାଙ୍କୁ 50 ହଜାରର ଭାଉଚର ମିଳିବା ବ୍ୟବସ୍ଥା ରହିଛି । ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଗୃହୀତ ହୋଇଛି । 100 ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ କହିଲେ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨